Gaja Ceasefire failed: ଟ୍ରମ୍ପଙ୍କ ମଧ୍ୟସ୍ଥତା ରେ କେଁ, ଏଥର ପାଲେଷ୍ଟାଇନ୍ ଆଡକୁ ଇସ୍ରାଏଲ ମିସାଇଲ

Gaja Ceasefire failed: ଟ୍ରମ୍ପଙ୍କ ମଧ୍ୟସ୍ଥତା ଭିତରେ କୋଉଠି ଗୋଟିଏ କେଁ ରହିଗଲା ।

ପରିଣାମ ସ୍ୱରୂପ ପୁଣି ପାଲେଷ୍ଟାଇନ୍ ଉପରେ ମିଶାଇଲ ପକାଇବା ପାଇଁ ସଜବାଜ ହେଲାଣି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିକଟରୁ ଆଦେଶ ପାଇବା ପରେ ଇସ୍ରାଏଲ ସେନା ଗାଜା ଉପରେ ମିଶାଇଲ ମାଡ଼ କରିଛି ।

ଅସ୍ତ୍ର ବିରତି ଘୋଷଣାନାମା ପାଳନ କରାଯିବାର ଦୁଇଦିନ ପରେ ଇସ୍ରାଏଲ ସେନା ଗର୍ଜନ କରିବା ମଧ୍ୟସ୍ଥତା ପ୍ରତି କଟାକ୍ଷ କରିଛି । ହମାସ ଅସ୍ତ୍ର ବିରତି ସର୍ତ୍ତାବଳୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।

ଇସ୍ରାଏଲ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅସ୍ତ୍ର ବିରତି ସର୍ତ୍ତାବଳୀ ଅନୁସାରେ ହମାସ୍ କବଳରେ ରହିଥିବା ସବୁ ବନ୍ଧକ ଜୀବିତ ଫେରିବା କଥା । କିନ୍ତୁ ହମାସ୍ ଜଣେ ବନ୍ଧକଙ୍କର ମୃତଦେହ ପଠାଇଛି । ମୃତଦେହ ପଠାଇବାର କିଛି ଘଣ୍ଟା ପରେ ଦକ୍ଷିଣ ଗାଜାରେ ଆମ ସେନା ଶିବିର ଉପରକୁ ରକେଟ୍ ମାଡ଼ କରିଛି ।

ଗାଜା ବୁଝାମଣା ଭିତରେ କିଛି ତ୍ରୁଟି ରହିଛି? ଆମେରିକା ଓ କାତାର ମଧ୍ୟସ୍ଥତାରେ ଗାଜା ବୁଝାମଣା ଫେଲ୍ ମାରିଲା । ଟ୍ରମ୍ପଙ୍କ ଶାନ୍ତି ଡାକରା ଚାଇନା ମାଲ ଭଳି କାମ କଲା । ଗାଜା ବୁଝାମଣା ଗର୍ଜନ କଲା ମାତ୍ର ଫୁଟିଲାନି ।

ସାଉଦି ଆରବ ପାକିସ୍ତାନ ସହିତ ପ୍ରତିରକ୍ଷା ବୁଝାମଣା କରି ଇସ୍ରାଏଲ ପ୍ରତି କ୍ଷୋଭ ମନୋଭାବ ପୋଷଣ କରିଥିଲା । ପରିସ୍ଥିତିକୁ ହାଲୁକା କରିବା ପାଇଁ କାତାରକୁ ମଧ୍ୟସ୍ଥତା କରିବାକୁ କହିଲା ।

ଗାଜା ବୁଝାମଣା ଟେବୁଲକୁ ପାଲେଷ୍ଟାଇନକୁ ଆମନ୍ତ୍ରଣ କରିବା ଜରୁରୀ ଥିଲା । ମାତ୍ର ଟମ୍ପ ନିଜର ଅହମିକାକୁ ପାଲେଷ୍ଟାଇନ ଉପରେ ଲଦି ଦେବାକୁ ଉଦ୍ୟମ କଲେ ।
ପାଲେଷ୍ଟାଇନ ଅନୁପସ୍ଥିତି ଗାଜା ବୁଝାମଣାକୁ ଗୌଣ କରି ଦେଇଛି । ଗାଜା ବୁଝାମଣା ଧର୍ମକୁ ଆଖିଠାର ଥିଲା ।

ଅନ୍ତର୍ଜାତୀୟ ରାଜନୀତି ସମୀକ୍ଷକଙ୍କ ମତରେ ନେତାନ୍ୟାହୁ ତାଙ୍କର ରାଜନୈତିକ କ୍ୟାରିୟର ପ୍ରତି ଅଧିକ ସଚେତନ ଥିବାରୁ ପୁନର୍ବାର ଗାଜା ଉପରେ ହମଲା ଆରମ୍ଭ କରିଛନ୍ତି । ହମାସ୍ ବିରୋଧରେ ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ଗାଦି ସୁରକ୍ଷିତ ।