ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ୨୧ରେ କଂଗ୍ରେସର ବିକ୍ଷୋଭ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ବିକ୍ଷୋଭ କରିବା କଂଗ୍ରେସ। ରାଜ୍ୟରେ ଦିନକୁ ଦିନ ଶିଶୁ ଅପହରଣ, ମହିଳା ନିର୍ଯାତନା, ଅପରାଧ ଲଗାତର ବୃଦ୍ଧି ପାଉଛି। ଏନେଇ ଆସନ୍ତା ୨୧ ତାରିଖରେ କଂଗ୍ରେସ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ। ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଶିଶୁ ଅପହରଣ, ମହିଳା ର୍ନିର୍ଯାତନା, ଅପରାଧ ବଢିଚାଲିଛି। ଯାହା ଆମ ରାଜ୍ୟ ପାଇଁ ଲଜ୍ଜା ଓ ଦୁଃଖଦ ଘଟଣା। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅପହରଣରେ ଝିଅଙ୍କ ସଂଖ୍ୟା ଅଧିକ ବୋଲି ସେ କହିଛନ୍ତି। ଅପରାଧ କମାଇବା ପାଇଁ କିମ୍ବା ଅପହୃତଙ୍କୁ ଉଦ୍ଧାର ପାଇଁ ସରକାର ପଦକ୍ଷେପ ନେଉ ନାହାନ୍ତି। ଏଠି ନା ଶିଶୁ ନା ମହିଳା ନା ସାଧାରଣ ଲୋକ କେହି ବି ସୁରକ୍ଷିତ ନଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି।