ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା-shaksi news

କଟକ( ଏସ୍ ନ୍ୟୁଜ ): କଟକ ପୁରୀ ଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ।୧୭ ତାରିଖ ଦିନ ଅନୁଭବ ଆଉ ବର୍ଷାଙ୍କ କଥାବାର୍ତ୍ତାର ଭାଇରାଲ୍ ଭିଡିଓକୁ ନେଇ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ଏହି ଭିଡିଓ ପାଇଁ ତାଙ୍କ ସମ୍ମାନ ହାନୀ ଘଟିଥିବା ବର୍ଷା ଉଲ୍ଲେଖ କରି ଏତଲା ଦେଇଥିବା କହିଛନ୍ତି ।

ତେବେ ଦୁଇ ଦିନ ପୂର୍ବରୁ ବର୍ଷା ଓ ଅନୁଭବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଭିଡିଓରେ ଆପତ୍ତିଜନକ କମେଣ୍ଟ ଦିଆଯାଇଥିବା ବର୍ଷା କହିଛନ୍ତି ।ଏହାକୁ ଆଧାର କାରୀ ହିଁ ବର୍ଷା ଥାନାରେ ଏତଲା ଦେଇଥିଲେ।

ଅନ୍ୟପଟେ ପୁରୀ ଘାଟ ଥାନାଧିକାରୀ ବର୍ଷାଙ୍କ ଏତଲାକୁ ଗ୍ରହଣ କରିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ।