ପରୀ ହତ୍ୟା ମାମଲା: ପ୍ରମାଣ ଦେଖାଇବାକୁ ସମୟ ମାଗିଲା ଏସ୍‌ଆଇଟି-shaksi news

ନୟାଗଡ( ଏସ୍ ନ୍ୟୁଜ ):ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ କରୁଥିବା SIT ଅଭିଯୁକ୍ତକୁ ଗିରଫ କରିଛି। ହେଲେ ତାଙ୍କ ବିରୋଧରେ ପ୍ରମାଣ ଦେଖାଇବାକୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି। ଆଜି SITର ୨ ଜଣ ଅଧିକାରୀ ଯଦୁପୁର ଗାଁରେ ପହଞ୍ଚିଥିବା ବେଳେ ଉତ୍ତେଜନା ଆଶଙ୍କା କରି ଗ୍ରାମ ସଭାପତିଙ୍କ ସହ ଆଲୋଚନା କରିଥିଲେ ଓ ପ୍ରମାଣ ଦେଖାଇବାକୁ ସମୟ ମାଗିଛନ୍ତି। SIT ସହ ଆଲୋଚନା କରିବା ପରେ ଗାଁ ସଭାପତି ଜୟକୃଷ୍ଣ ପରିଡ଼ା ଗଣମାଧ୍ୟମକୁ ଦେଇଛନ୍ତି ।

ତେବେ ଗତକାଲି ପରି ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ SIT ଏକ ପ୍ରେସ ରିଲିଜ ରେ କହିଥିଲେ । ଏଥିରେ ଅଭିଯୁକ୍ତଙ୍କ ନାଁ ଦର୍ଶାଯାଇ ନ ଥିଲା। କିନ୍ତୁ ଶନିବାରଠାରୁ ତଦନ୍ତକାରୀ ଟିମ୍‌ ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଉଠାଇ ନେଇଥିଥିଲା । ଆଉ ଆଜି SIT ତାଙ୍କ ଘରେ ପହଞ୍ଚିଥିବାରୁ ତାଙ୍କୁ ହିଁ ଗିରଫ କରାଯାଇଥିବା ସ୍ପଷ୍ଟ ହୋଇଛି।

ସେପଟେ ସରୋଜଙ୍କ ଘରେ SITର ୨ ଅଧିକାରୀ ତାଙ୍କ ମା’ଙ୍କୁ ପୁଣି ପଚରାଉଚରା କରିଥିବା ବେଳେ ଗାଁ ସଭାପତି ଜୟକୃଷ୍ଣ ପରିଡ଼ାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଜୟକୃଷ୍ଣ ସେମାନଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ମାଗିଥିଲେ। ପ୍ରମାଣ ନ ଦେଲେ ଗାଁ ଲୋକେ ତାଙ୍କୁ ଅଭିଯୁକ୍ତ ବୋଲି ମାନିବେ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଥିଲେ। ଏହାପରେ ପ୍ରମାଣ ଦେବାକୁ SIT ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ବୋଲି ଜୟକୃଷ୍ଣ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ସରୋଜ ଓ ତାଙ୍କ ମା’, ଭଉଣୀଙ୍କୁ ଉଠାଇ ନେଇଥିଲା SIT। ୧୨ ଘଣ୍ଟା ପଚରାଉଚରା ପରେ ତାଙ୍କ ମା’ ଓ ଭଉଣୀଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ସରୋଜଙ୍କୁ ଅଟକ ରହିଥିଲେ ପୋଲିସ। ସେହିପରି ଗତକାଲି ଅଭିଯୁକ୍ତକୁ ଗିରଫ କରାଯାଇଥିବା SIT ଘୋଷଣା କରିଥିବା ବେଳେ ଆଜି ତାଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଯିବା କଥା ମଧ୍ୟ କହିଥିଲା।