ରାଉରକେଲା( ଏସ୍ ନ୍ଯୁଜ ): ରାଉରକେଲା ସହରରେ ଗୋଟିଏ ପରେ ଜିଏସଟି ଠକେଇ ସାମ୍ନାକୁ ଆସିବାରେ ଲାଗିଛି। ଠିକ ଏହି ସମୟରେ ଆଜି ପୁଣି ୪୨ କୋଟିର ଜିଏସଟି ଠକେଇ ହୋଇଛି ।
ତେବେ ଆଜି ସକାଳୁ ଯାଜପୁର ଓ ରାଉରକେଲା ଜିଏସଟି ଟିମ୍ ମିଳିତ ଭାବେ ବାସନ୍ତୀ କଲୋନି, ଛେଣ୍ଡ କଲୋନି, ବନ୍ଧମୁଣ୍ଡାର ଚାରିଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।ଏଥିନେଇ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ଟିମ୍ ପଚରାଉଚରା କରୁଛିl ତଦନ୍ତର ଗୋପନୀୟତାକୁ ଆଖି ଆଗରେ ରଖି ଟିମର ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି।