ୱି ଫର ଭୁବନେଶ୍ୱର ପକ୍ଷରୁ ମାର୍ଗଶିର ମାସ ମାଣବସା ଗୁରୁବାର ଅବସରରେ ମୁରୁଜ ଓ ଝୋଟି ଅଙ୍କନ ପ୍ରତିଯୋଗିତା।

ଆଜି ଭୁବନେଶ୍ୱର ମହାନଗର ନିଗମ ….

ଭୁବନେଶ୍ୱର:  ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଖଣ୍ଡଗିରି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୱି ଫର ଭୁବନେଶ୍ୱର ପକ୍ଷରୁ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ମାର୍ଗଶିର ମାସ ମାଣବସା ଗୁରୁବାର ଅବସରରେ ମୁରୁଜ ଓ ଝୋଟି ଅଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି ପ୍ରତିଯୋଗିତାରେ ପାଖାପାଖି ଅଞ୍ଚଳର ୧୦୦ ପ୍ରତିଯୋଗୀ ଭାଗ ନେବା ସହ ଅନେକ ଚମତ୍କାର ମୁରୁଜ ଏବଂ ଝୋଟି ଅଙ୍କନ କରିଥିଲେ। ଏହା ସହ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ପ୍ରତିଯୋଗୀମାନଙ୍କୁ ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମକୁ ପୁର୍ବତନ କର୍ପୋରେଟର ରଘୁନାଥ ମହାନ୍ତି, ସିଦେ୍ଧଶ୍ୱର ଯୁବକ ସଂଘ ସଂପାଦକ ରୋସନ ମହାନ୍ତିଙ୍କ ନେତୃତ୍ୱରେ ମହିଳା ମହାସଂଘ ସଦସ୍ୟ ସାକିନା ପାତ୍ର, ମଞ୍ଜୁଲତା ସ୍ୱାଇଁ ଓ ସଭାପତି ଆରତୀ ଜେନା, ନୀଳ ମାଧବ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ୱି ଫର ଭୁବନେଶ୍ୱର ଆବାହକ ଅମରେଶ ଜେନା, ସମ୍ପାଦକ ନରେନ ସାହୁ, ସହ ସମ୍ପାଦକ ଉମାନାଥ ସାହୁ, ଗୁରୁ ଚରଣ ସାହୁ, ବିଜୟ ପରିଡା, ବିଜୟ ପଣ୍ଡା, ସୁଶାନ୍ତ ସାହୁ, ଦେବାଶିଷ ବଳବନ୍ତରାୟ,ଶିବ ସୁଆର, ପ୍ରମୁଖ ଗ୍ରାମବାସୀ ସହ ଅନେକ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।