ସାଙ୍ଗଠୁ ଠକେଇ କରି ବନ୍ଧା ହେଲା ସାଙ୍ଗ

ସାଙ୍ଗଠାରୁ ଟଙ୍କା ଠକେଇ କରି ବନ୍ଧା …..

ସାଙ୍ଗଠାରୁ ଟଙ୍କା ଠକେଇ କରି ବନ୍ଧା ହେଲା ସାଙ୍ଗ। ଅଟକ ଅଭିଯୁକ୍ତକୁ ଭରତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଚଯୁକ୍ତ ଜଣଙ୍କ ହେଲେ ଭରତପୁରର ମାନସ ସାହୁ । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗକାରୀ ବାବୁଲି ନାୟକଙ୍କ ଲିଖିତ ଅଭିଯୋଗ ଆଧାରରେ ଭରତପୁର ଥାନା ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବା ସହ ଅଭିଯୁକ୍ତ ମାନସ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ବାବୁଲି ନାୟକଙ୍କର ଗତ ଏକ ବର୍ଷ ଧରି ଅଭିଯୁକ୍ତ ମାନସ ସାହୁଙ୍କ ସହ ଉତ୍ତମ ସମ୍ପର୍କ ଥିଲା । ଏହାକୁ ମାଧ୍ୟମ କରି ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ନିକଟରୁ ପ୍ରଥମେ ୮୧,୦୦୦ ଟଙ୍କା ଧାର ଆକାରରେ ନେଇଥିଲେ । ଏହାର କିଛି ଦିନ ପରେ ଏକ ଚୁକ୍ତିକୁ ଆଧାର କରି ଆଉ ୧,୦୦,୦୦୦ ଟଙ୍କା ଅଭିଯୁକ୍ତ ଧାର ଆକାରରେ ନେଇଥିଲେ, ଯାହାକୁ କି ଅଭିଯୋଗକାରୀ ନିଜେ ବ୍ୟାଙ୍କରୁ ଋଣ ନେଇ ତାଙ୍କୁ ଟଙ୍କା ଦେଇଥିଲେ । ପରେ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ଅଭିଯୋଗକାରୀଙ୍କ ପରିବାର ସହ ଘନିଷ୍ଠତା ବଢ଼ାଇ ଥିଲେ । ଅଭିଯୁକ୍ତଙ୍କ ମନ୍ଦ ଉଦ୍ଦେଶ୍ୟ ଜଣା ପଡିବ। ପରେ ଅଭିଯୋଗକାରୀ ଅଭିଯୁକ୍ତଙ୍କ ଠାରୁ ଦୂରତା ରଖିବା ଆରମ୍ଭ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ ଏବଂ ନାନା ପ୍ରକାର ଧମକଚମକ ମଧ୍ୟ ଦେଇଥିଲେ । ମାମଲାର ତଦନ୍ତ କାଳରେ ପୁଲିସ ଅଭିଯୁକ୍ତ ମାନସ ସାହୁଙ୍କୁ ଗିରଫ କରିଥିବା ବେଳେ, ସେ ତାଙ୍କର ଦୋଷ ସ୍ୱ?କାର କରିଥିଲେ । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି ।