ଭୁବନେଶ୍ୱର ରେଳଷ୍ଟେସର ନବକଳେବର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଆଉ କିଛି ଦିନ ପରେ ଏହା ନୂଆ ରୂପରେ ଠିଆ ହେବ । ଏହାକୁ ବିମାନବନ୍ଦର ଢାଞ୍ଚାରେ ତିଆରି କରାଯାଉଛି । ଏଠାରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଟର୍ମିନାଲ,ଲାଉଞ୍ଜ ଠାରୁ ନେଇ ଫୁଡ୍ ପ୍ଲାଜା ଓ ଅନ୍ୟ ସୁବିଧା ସୁଯୋଗ ଖଞ୍ଜାଯାଇଛି । ଯାତ୍ରୀଙ୍କ ସୁବିଧା ଯାତାୟତ ପାଇଁ ୩୪ଟି ଲିଫ୍ଟ ଓ ୨୦ଟି ଏସ୍କାଲେଟର ରହିଛି । ପିଲାଙ୍କ ପାଇଁ ଖେଳ ସ୍ଥାନ, ପିଲାଙ୍କ ପାଇଁ ଫିଡିଂ ଜୋନ୍, ସୂଚନା କେନ୍ଦ୍ର, ଏଟିଏମ ଓ ଅନ୍ୟ ସାମଗ୍ରୀର ବିକ୍ରି ଷ୍ଟଲ ରହିବ ।
୧୫୦ ଶଯ୍ୟାର ଡର୍ମିଟୋରୀ ଓ ସ୍ୱତନ୍ତ୍ର ପେଡ୍ ଲାଉଞ୍ଜ ବି ରହିବ । ଷ୍ଟେସନର ସୁରକ୍ଷାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଲାଉଞ୍ଜ ସ୍କାନର ରହିବ ।ବୈଠନିକ ଲକ୍ଷେ ଯାତ୍ରୀଙ୍କୁ ସେବା ଦେବାର କ୍ଷମତା ରହିବ । ୩୯୮ କୋଟି ଖର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ପୁନଃବିକାଶ କାମ ହୋଇଛି । ଷ୍ଟେସନର କୋଠା ମୋଟ ୧୧ମହଲା ବିଶିଷ୍ଟ ହେବ । ଏବେ ପାଇଁ କୋଠାର ୪ମହଲା କୋଠା ନିର୍ମାଣ ପ୍ରାୟତଃ ସମ୍ପୂର୍ଣ୍ଣ ହେଲାଣି । ଏବେ ଇଣ୍ଟେରିୟର କାମ ଚାଲିଛି । ଏହାକୁ ବିଶ୍ୱସ୍ତରୀୟ ସ୍ଥାପତ୍ୟ ଢାଞ୍ଚା ରୂପ ଦେବାକୁ ଲକ୍ଷ୍ୟ ରହିଛି । ଷ୍ଟେସନକୁ ଯିବାକୁ ୧୦୮ ମିଟର ଲମ୍ବାର ଅତ୍ୟାଧୁନିକ ଏୟାର କନ୍ କୋର୍ସ ତିଆରି ହୋଇଛି ଓ ଏହା ସବୁ ଫ୍ଲାଟଫର୍ମକୁ ଯୋଡିବ । ପ୍ଲାଟଫର୍ମ ନଂ-୧ମାଷ୍ଟରକ୍ୟାଣ୍ଟିନ୍ ପଟରୁ ପ୍ଲାଟଫର୍ମ ନଂ-୬କଟକ ରୋଡ୍ ପାଶ୍ୱର୍କୁ ସିଧାସଳଖ ଯୋଡିବ । ଯିଏ ଯେଉଁ ଫ୍ଲାଟଫର୍ମ ଯିବାକୁ ଚାହିଁବେ, ଗାଡି ଯୋଗେ କନ୍କୋର୍ସରେ ଯାଇହେବ । ଷ୍ଟେସନ ପରିସରରେ ଇଭି ଚାର୍ଜିଂ ଷ୍ଟେସନ ରହିବ । ପ୍ରକଳ୍ପର ପ୍ରାୟ ୯୦ରୁ ଅଧିକ କାମ ସରିଲାଣି ।