ତିନୋଟି ସରକାରୀ ସଂସ୍ଥା ଦେଲେ ଲାଭାଂଶ

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡିଶା …

ଭୁବନେଶ୍ୱର: କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ଅଧୀନରେ ଥିବା ତିନୋଟି ଉଦ୍ୟୋଗ (ଚଝଟ) ଯଥା ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍‌ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ୍‌ ଉଲ୍ଲେଖନୀୟ ଆର୍ଥିକ ପ୍ରଦର୍ଶନ କରି, ତାଙ୍କର ନିର୍ଦ୍ଦେଶକ ମଣ୍ଡଳୀର ସୁପାରିଶ ଓ ଅଂଶୀଦାରମାନଙ୍କ ବାର୍ଷିକ ସାଧାରଣ ସଭାର ଅନୁମୋଦନ କ୍ରମେ, ଆନୁଷ୍ଠାନିକ ଭାବରେ ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦେ ମୋଟ ୬ କୋଟି ୩୯ ଲକ୍ଷ ୯୭ ହଜାର ୫୮୯ ଟଙ୍କା, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି, ଓଡ଼ିଶା ସରକାର, କନକ ବର୍ଦ୍ଧନ ସିଂହଦେଓଙ୍କ ସଦୟ ଉପସ୍ଥିତିରେ ଲୋକସେବା ଭବନ, କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ଓଡ଼ିଶା କୃଷି ଶିଳ୍ପ ନିଗମ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୫ କୋଟି ୨୩ ଲକ୍ଷ ୭୪ ହଜାର ୨୨୨ ଟଙ୍କା, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍‌ (ଙଝଝଉ) ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୨୩ ଲକ୍ଷ ୨୦ ହଜାର ୯୬୭ ଟଙ୍କା ଓ ଓଡ଼ିଶା ରାଜ୍ୟ କାଜୁ ଉନୟନ ନିଗମ ଲିମିଟେଡ୍‌ (ଙଝଉଊଉ) ଆର୍ଥିକ ବର୍ଷ ୨୦୨୨-୨୩ ଏବଂ ୨୦୨୩-୨୪ ପାଇଁ (ପ୍ରତ୍ୟେକ) ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା (ମୋଟ ପରିମାଣ ୯୩ ଲକ୍ଷ ୦୨ ହଜାର ୪୦୦ ଟଙ୍କା) ପ୍ରଦାନ କରିଛନ୍ତି। ଏହି ସରକାରୀ ଉଦ୍ୟୋଗ ଗୁଡ଼ିକ ଦୃଢ଼ ଆର୍ଥିକ ପ୍ରଦର୍ଶନ କରି ଓଡ଼ିଶାର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହ ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ଏହି ସରକାରୀ ଉଦ୍‌ୟୋଗଗୁଡ଼ିକ ରାଜ୍ୟର ସମସ୍ତ ବର୍ଗର ଚାଷୀଙ୍କ ପାଇଁ ଅଭିବୃଦ୍ଧି ଏବଂ ନୂତନ ସୁଯୋଗ ସୃଷ୍ଟି କରି ଚାଲିଛନ୍ତି। କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ତଥା କୃଷି ଓ କୃଷକ ସଶକ୍ତିକରଣ ଅଧୀନ ରେ ଥିବା ନିଗମ ଗୁଡିକର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ପାଢୀ, ଓଡିଶା କୃଷି ଶିଳ୍ପ ନିଗମର ଅଧିକାରୀ ବୃନ୍ଦ, ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ ଏମ୍‌ଡି ନିତି ରଞ୍ଜନ ସେନ ଉପସ୍ଥିତ ଥିଲେ ।