ଫ୍ରାନ୍‌ସ ସାମ୍ପେନ୍‌ରୁ ଟ୍ରମ୍ପ୍‌ ଅସୁଲ କରିବେ ୨୦୦% ଟିକସ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଶାନ୍ତିବୋର୍ଡରେ ….

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଶାନ୍ତିବୋର୍ଡରେ ଯୋଗଦେବା ପାଇଁ ଫ୍ରାନ୍ସ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି। ଏହା ପରେ ଆମେରିକା ଟ୍ରମ୍ପ ଫ୍ରାନ୍ସକୁ ନାଲି ଆଖି ଦେଖାଇଛନ୍ତି। ଫ୍ରାନ୍ସ ମଦ ଓ ସାମ୍‌ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ଟ୍ରୁଥ୍‌ ସୋସିଆଲ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ଏକ ବ୍ୟକ୍ତିଗତ ବାର୍ତା ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଗ୍ରିନ୍‌ଲାଣ୍ଡ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଶାନ୍ତିବୋର୍ଡ ମୂଳତଃ ଯୁଦ୍ଧବିଧ୍ୱସ୍ତ ଗାଜା ଷ୍ଟ୍ରିପର ପୁନଃନିର୍ମାଣ ପାଇଁ ସୃଷ୍ଟି କରାଯାଇଛି। କିନ୍ତୁ ଏହାର ଚାର୍ଟର ଆଉ କେବଳ ଗାଜା ପର୍ଯ୍ୟନ୍ତ ସୀମିତ ମନେ ହେଉନାହିଁ। ଟ୍ରମ୍ପ ଏହାକୁ ବିଶ୍ୱ ଶାନ୍ତି ପାଇଁ ଏକ ବୃହତ ମଂଚ ଭାବରେ ଗଢ଼ି ତୋଳିଛନ୍ତି।

ଟ୍ରମ୍ପ ଫ୍ରାନ୍ସ ଉଦ୍ଦେଶ୍ୟରେ କହିଛନ୍ତି, ମୁଁ ସେମାନଙ୍କ ମଦ ଓ ସାମ୍ପେନ୍‌ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବି। ଯଦି ସେମାନେ ଯୋଗଦେବେ। ମତେ ଆଉ ଏହା କରିବାକୁ ପଡ଼ିବ ନାହିଁ ବୋଲି ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି। ଏଭଳି କହି ସେ ମାକ୍ରୋନଙ୍କୁ ଗାଜା ବୋର୍ଡରେ ସାମିଲ ହେବାକୁ ବାଧ୍ୟ କରିଛନ୍ତି।
ଟ୍ରମ୍ପ ଟ୍ରୁଥ୍‌ ସୋସିଆଲ୍‌ରେ ମାକ୍ରୋନ୍‌ଙ୍କ ଏକ ବ୍ୟକ୍ତିଗତ ବାର୍ତା ପୋଷ୍ଟ କରିଛନ୍ତି। ମାକ୍ରୋନ୍‌ ଲେଖିଛନ୍ତି ଯେ, ଦୁଇନେତା ଇରାନ୍‌ ଓ ସିରିଆ ପ୍ରସଙ୍ଗରେ ସହମତ, କିନ୍ତୁ ମୁଁ ବୁଝିପାରୁନାହିଁ ଟ୍ରମ୍ପ୍‌ ଗ୍ରିନ୍‌ଲାଣ୍ଡରେ କ’ଣ କରୁଛନ୍ତି। ବାର୍ତାରେ, ମାକ୍ରନ୍‌ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍‌ ଅବସରରେ ଟ୍ରମ୍ପଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ସେ ଗୁରୁବାର ଟ୍ରମ୍ପଙ୍କୁ ରାତ୍ରୀଭୋଜନ ପାଇଁ ନେଇପାରନ୍ତି ଏହା ସହିତ ଅନ୍ୟ ଜି-୭ ନେତା, ୟୁକ୍ରେନ୍‌, ଡେନମାର୍କ, ସିରିଆ ଓ ରୁଷର ପ୍ରତିନିଧିମାନଙ୍କୁ ମଧ୍ୟ ମାର୍କଦ ନିମନ୍ତ୍ରଣ କରିଥିଲେ।