ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ପକ୍ଷରୁ ଓଡ଼ିଶା ପ୍ରତିଭା ସମ୍ମାନ
ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ଦ୍ୱାରା ଅସ୍ତରଙ୍ଗ ମୁଖ୍ୟ ….
ଅସ୍ତରଙ୍ଗ: ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ଦ୍ୱାରା ଅସ୍ତରଙ୍ଗ ମୁଖ୍ୟ ବଜାର ହୋଣ୍ଡା ସୋ’ରୁମ୍ ସମ୍ମୁଖରେ ଭାରତର ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ମହାସମାରୋହ ଓ ଉତ୍ସାହର ସହିତ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗାଚରଣ ମହାପାତ୍ର, ଅସ୍ତରଙ୍ଗ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ବୈଷୟିକ ବିଦ୍ୟାଳୟ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବିଶ୍ୱାଳ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରୀ, ଅସ୍ତରଙ୍ଗ ପ୍ରେସ କ୍ଲବ ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପରିଡା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ମଚାରୀ, ସାମ୍ବାଦିକ, ବିଦ୍ୟାଳୟର ଛାତ୍ରଛାତ୍ରୀ, ସଂକିର୍ତନ ମଣ୍ଡଳୀ ଓ ବୁଦ୍ଧିଜୀବୀ ଏହି ଅବସରରେ ଯୋଗ ଦେଇଥିଲେ।