ଭୁବନେଶ୍ୱର (ଏସ୍ ନ୍ୟୁଜ) : ବ୍ରିଟେନରୁ ଫେରିଥିବା ୪ ଜଣଙ୍କ ପତ୍ତା ମିଳୁନି। ବିଏମ୍ସି ଅଞ୍ଚଳକୁ ବ୍ରିଟେନରୁ ମୋଟ ୬୨ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଯୋଗାଯୋଗ କରାଯାଇ ପାରି ନାହିଁ। ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖିଥିବା ବେଳେ ଖୋଜାଖୋଜି ଜୋରସୋରରେ ଚାଲିଚି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପତ୍ତା ମିଳିଯିବ ବୋଲି କହିଛନ୍ତି।
ସରକାରୀ ସୂଚନାମୁତାବିକ, ୮୮ ବ୍ରିଟେନ ଫେରନ୍ତାଙ୍କ ତାଲିକା ମିଳିଥିବା ବେଳେ ସେଥିମଧ୍ୟରୁ କିଛି ନାଁ ରିପିଟ୍ ଥିଲା। ବିଏମ୍ସି ଅଞ୍ଚଳକୁ ମୋଟ ୬୨ ଜଣ ବ୍ରିଟେନରୁ ଆସିଛନ୍ତି। ୬୨ରୁ ୪ ଜଣଙ୍କୁ ଠାବ ହୋଇପାରି ନାହାନ୍ତି। ଏଯାବତ ୫୦ ଜଣଙ୍କ ଟେଷ୍ଟିଂ ଶେଷ ହୋଇଛି, ବାକି ଟେଷ୍ଟ ଆଜି କରାଯିବ। ରିପୋର୍ଟ ପଜିଟିଭ ଆସିଲେ ସାମ୍ପଲ ପରୀକ୍ଷା ପାଇଁ ପୁନେ ପଠାଯିବ ।
ସେଇପରି ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି ବୋଲି ଗତକାଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଥିଲେ। ।