ଭୁବନେଶ୍ୱର: ରାଜ୍ୟରେ ଝଓଜକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୯୦% ମ୍ୟାପିଂ କରାସରିଛି । ୨୦୨୫ ଭୋଟର ତାଲିକାରେ ଅଛନ୍ତି, ୨୦୦୨ରେ ବି ଥିଲେ ଈଖଙଙ୍କୁ ଜଣାଇବେ । ତେବେ ୨୦୦୨ରେ କେଉଁ ନିର୍ବାଚନ ମଣ୍ଡଳୀରେ ଥିଲେ ଈଖଙଙ୍କୁ ଜଣାଇବେ ।
ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ । ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛୁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷେ ସେ କହିଛନ୍ତି, ୨୦୨୫ ତାଲିକାରେ ଥିବା ୯୦% ୨୦୦୨ ତାଲିକାରେ ବି ଅଛନ୍ତି ।
ଆଉ ୧୦ ପ୍ରତିଶତ ଆମ ପାଇଁ କଷ୍ଟକର, ସହରାଂଚଳ ପାଇଁ ସମସ୍ୟା । ଯଦି ୨୦୦୨ରେ ଆପଣଙ୍କ ନାଁ ନ ଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ । ୯୫% ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ ବୋଲ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।