ଡେରା ମୁଖ୍ୟ ରାମ ରହିମ ନିଦେ୍ର୍ଦାଷ

ବହୁ ଚର୍ଚ୍ଚିତ ରାମ ଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ …..

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ମାନ୍ୟବର ହାଇକୋର୍ଟ ସିବିଆଇ କୋର୍ଟ ରାୟକୁ ସାମାନ୍ୟ ବଦଳାଇ ଦେଇଛନ୍ତି । ଏହି ମାମଲାରେ କେବଳ ଡେରା ମୁଖ୍ୟଙ୍କୁ ନିଦେ୍ର୍ଦାଷରେ ଖଲାସ କରି ଦିଆଯାଇଛି । କୋର୍ଟ ଅନ୍ୟ ତିନିଦୋଷୀ କୁଲଦୀପ, ନିର୍ମଳ ଏବଂ କୃଷ୍ଣଲାଲଙ୍କ ଆଜୀବନ କାରା ଦଣ୍ଡାଦେଶକୁ କାଏମ୍ ରଖିଛନ୍ତି ।

ଏହି ମାମଲାରେ, ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରାମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରା ଦଣ୍ଡାଦେଶ ଦେଇଥିଲେ । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ମାମଲାରେ, ଡେରା ମୁଖ୍ୟଙ୍କୁ ୨୦୧୯ ଜାନୁଆରୀ ୧୧ ତାରିଖରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଜାନୁଆରୀ ୧୭ ତାରିଖରେ ଦଣ୍ଡ ପ୍ରଦାନ କରାଯାଇଥିଲା ।

ଡେରା ମୁଖ୍ୟ ଏବଂ ଅନ୍ୟ ତିନିଜଣ ସହ-ଅଭିଯୁକ୍ତ ସିବିଆଇ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସାମ୍ବାଦିକ ଛତ୍ରପତିଙ୍କୁ ଅକ୍ଟୋବର ୨୪, ୨୦୦୨ରେ ତାଙ୍କ ବାସଭବନରେ ନିକଟରୁ ଗୁଳି କରାଯାଇଥିଲା । ଡେରା ମୁଖ୍ୟ ସାଧ୍ୱୀ ଭାବରେ ଡେରାରେ ଯୋଗ ଦେଇଥିବା ମହିଳାମାନଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରି ଏକ ବେନାମୀ ଚିଠି ପ୍ରକାଶିତ ହେବାର କିଛି ମାସ ପରେ ଏହି ହତ୍ୟାକାଣ୍ଡ ଘଟିଥିଲା ।
ପୁରୀରେ ଅଭିନେତା ନାଗା ଚୈତନ୍ୟ