ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟା ସମ୍ମାନ–୨୦୨୬ର ୧୪ତମ ସଂସ୍କରଣ ଭୁବନେଶ୍ୱର ମେଫେୟାର କନଭେନସନ ସେଣ୍ଟରରେ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଦେଖାଇଥିବା ପ୍ରେରଣାଦାୟକ ବ୍ୟକ୍ତିତ୍ୱମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପଦ୍ମ ବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆ ଯୋଗଦେଇଥିଲେ। ଅତିଥି ଅତିଥି ପ୍ରସିଦ୍ଧ ନିର୍ଦ୍ଦେଶକ ଓ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ରୁଚି ଫାଉଣ୍ଡେସନର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରଶ୍ମି ସାହୁ ଓ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ...
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶାର ହାତକତା, ହସ୍ତଶିଳ୍ପ ଓ ପାରମ୍ପରିକ ପୋଷାକର ଐତିହ୍ୟକୁ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଥିଲା। ଏହା ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ସହିତ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ହାତକତା କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର ପ୍ରୟାସ କରାଯାଇଥିଲା।
ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାନେତ୍ରୀ ଡା. ରୋଜାଲିନ ପଟ୍ଟଶାଣି ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୋଲକାତା, ଭୁବନେଶ୍ୱର ଓ ନୂଆଦିଲ୍ଲୀ ଆଦି ଦେଶର ତିନୋଟି ସହରରେ ତିନିଦିନ ବ୍ୟାପୀ ଆୟୋଜିତ ହୋଇଥିଲା। ଏହି ଅବସରରେ ୨୧ ଜଣ ସଫଳ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା।