NCERT ନିଷ୍ପତି: ବଦଳିଲା ନବମ ଶ୍ରେଣୀ ଇଂରାଜୀ ପାଠ୍ୟପୁସ୍ତକ

ନୂଆ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପଢ଼ାଯିବ….

ନୂଆଦିଲ୍ଲୀ: ନୂଆ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପଢ଼ାଯିବ ନୂଆ ଇଂରାଜୀ ବହି ‘କାବେରୀ’। ଦୀର୍ଘ ୨୦ ବର୍ଷ ପରେ ପାଠ୍ୟକ୍ରମରେ ବଡ଼ ଧରଣର ପରିବର୍ତନ କରିଛି ଏନ୍‌ସିଇଆର୍‌ଟି। ନ୍ୟାସ୍‌ନାଲ୍‌ କାଉନସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଘଉଋଜଞ) ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ଇଂରାଜୀ ପାଠ୍ୟପୁସ୍ତକ ‘କାବେରୀ’ ଉନ୍‌ମୋଚିତ ହୋଇଛି। ୨୦୨୬-୨୭ ଶିକ୍ଷା ବର୍ଷରୁ ଏହି ନୂଆ ବହି ଲାଗୁ ହେବ। ଏହା ପୂର୍ବରୁ ପ୍ରଚଳିତ ‘ବି-ହାଇଭ୍‌’ ଏବଂ ‘ମୋମେଂଟ୍‌ସ’ ବହିର ସ୍ଥାନ ନେବ। ସୂଚନାଯୋଗ୍ୟ, ପୁରୁଣା ବହିଗୁଡ଼ିକ ୨୦୦୬-୦୭ ଶିକ୍ଷାବର୍ଷରୁ ପାଠ୍ୟକ୍ରମରେ ରହିଥିଲା। ନୂତନ ଶିକ୍ଷା ନୀତି (ଘଉୠ-ଝଋ ୨୦୨୩) ଏବଂ ‘ଭାରତୀୟ ଜ୍ଞାନ ପରମ୍ପରା’ (ଓକଝ)କୁ ଆଧାର କରି ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି।

ପୂର୍ବରୁ ପାଠ୍ୟକ୍ରମରେ ବିଦେଶୀ ଲେଖକଙ୍କ ପ୍ରାଧାନ୍ୟ ରହୁଥିବା ବେଳେ, ‘କାବେରୀ’ରେ ଭାରତୀୟ ଲେଖକ ଓ ସାହିତ୍ୟିକଙ୍କ କୃତିକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ପୂର୍ବରୁ ଦୁଇଟି ବହି ମିଶାଇ ମୋଟ୍‌ ୨୯ଟି ପାଠ ରହିଥିବା ବେଳେ, ଏବେ କେବଳ ଗୋଟିଏ ବହିରେ ୧୬ଟି ପାଠ ରହିବ। ୧୬ଟି ପାଠ ମଧ୍ୟରୁ ୮ଟି ଭାରତୀୟ ଲେଖକଙ୍କ ଦ୍ୱାରା ଏବଂ ବାକି ୮ଟି ବିଦେଶୀ ଲେଖକଙ୍କ ଦ୍ୱାରା ଲିଖିତ। ସେମାନେ ହେଲେ ସୁଧା ମୂର୍ତି, ରବୀନ୍ଦ୍ରନାଥ ଟାଗୋର, ସୁବ୍ରମଣ୍ୟ ଭାରତୀ (ତାମିଲ କବି), ଟେମସୁଲା ଆଓ (ନାଗା ଲେଖିକା) ଏବଂ ମିତ୍ରା ଫୁକନ (ଆସାମୀ ଔପନ୍ୟାସିକ)। ବହିର ପ୍ରଥମ ପାଠ ଭାବେ ସୁଧା ମୂର୍ତିଙ୍କ ପ୍ରସିଦ୍ଧ କାହାଣୀ ‘ଐକ୍ଟଙ୍ଗ ଓ ଞବଙ୍କଶଷଗ୍ଧ ଗଚ୍ଚ ଏକ୍ସବଦ୍ଭୟଜ୍ଞକ୍ଟଗ୍ଧଷରକ୍ସ ଗ୍ଧକ୍ଟ ଜରବୟ’ କୁ ସ୍ଥାନିତ କରାଯାଇଛି ।

ଏହା ବ୍ୟତୀତ ପାରା-ଆଥଲେଟ୍‌ ଦୀପା ମଲ୍ଲିକଙ୍କ ସାକ୍ଷାତକାର ଏବଂ ଅଜ୍ଞାତ କବିଙ୍କ ‘ଏସଲଗ୍ଧଗ୍ଦ କ୍ଟଲ ଏକ୍ସବମର: ଐକ୍ଟଦ୍ଭକ୍ଟଙ୍କକ୍ସସଦ୍ଭଶ ଙଙ୍କକ୍ସ ଠକ୍ଟମବଗ୍ଧସକ୍ଟଦ୍ଭଗ୍ଦ’ ପରି ପ୍ରେରଣାଦାୟୀ ପାଠ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏହି ପରିବର୍ତନ ଫଳରେ ଛାତ୍ରଛାତ୍ରୀମାନେ ବିଶ୍ୱ ସାହିତ୍ୟ ସହିତ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ବିଷୟରେ ଅଧିକ ଅବଗତ ହୋଇପାରିବେ।