ଭଦ୍ରକ: ଭଦ୍ରକ ସହରରେ ଜବରଦଖଲ ଉଚ୍ଛେଦ ପରେ ଏବେ ରାସ୍ତା କାମ ଆରମ୍ଭ ହୋଇଛି। ୧୭ କୋଟି ୫୦ ଲକ୍ଷ ଟଙ୍କାର ରାସ୍ତା କାମ ପାଇଁ ରାସ୍ତାକଡ଼ରୁ ବିଶାଳକାୟ ଗଛ କଟାଯାଉଛି। ରାସ୍ତା ପାଇଁ ଗଛ କଟା ଯାଉଥିବା ବେଳେ ରାସ୍ତା ଉପରେ ଥିବା ପୁରୁଣା ବିଦ୍ୟୁତ ଖୁଂଟ କାହିଁକି ଉଠାଯାଉନି? ବିଦ୍ୟୁତ ଖୁଂଟ ଉଠିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାର ଆବଶ୍ୟକତା କରିଛି। ଭଦ୍ରକ ସହରର କଚେରି ବଜାର, ନୂଆବଜାର, କଲେଜ ରୋଡ଼, ବନ୍ତ ଛକ, ଚରମ୍ପା ଷ୍ଟେସନ ବଜାରରୁ ଉଚ୍ଛେଦ ହେବା ପରେ ରାସ୍ତା କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଉଛି।
ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ ଆଣ୍ଡ ବି କାମ ଆରମ୍ଭ କରିଛି। ରାସ୍ତାକାମକୁ ଠିକ ଭାବରେ ଆଗେଇ ନେବା ପାଇଁ ଲୋକେ ଦାବି କରିଛନ୍ତି। ଆରମ୍ଭରୁ ଯେଉଁ ଭଳି ରାସ୍ତା କାମ ଆରମ୍ଭ ହୋଇଛି ତାହା ଉପରେ ଲୋକଙ୍କର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାସ୍ତା କାମ ଯଦି ସହର ଭିତରେ ହେଉଛି। ତେବେ ଭଲ ଭାବରେ ହେଉ। ଯେଉଁ କାମ ଆରମ୍ଭ ହୋଉଛି ତାହାର ମାନ ଠିକ୍ ରହୁଛି କି ନାହିଁ। ତଦନ୍ତ କରାଯାଉ। ରାସ୍ତା କାମ ଚାଲୁଥିବା ବେକେ ବିଭାଗ ପକ୍ଷରୁ ଏହାର ଯାଂଚ ମଧ୍ୟ କରାଯିବା ଉଚିତ ବୋଲି ଲୋକେ ଦାବି କରିଛନ୍ତି। ରାସ୍ତା କାମ ଦୃତ ଗତିରେ କରାଯାଉ ବୋଲି ମଧ୍ୟ ଲୋକମାନେ ମତ ରଖିଛନ୍ତି।
ବର୍ତମାନର ଭୌଗୋଳିକ ସ୍ଥିତି, ଜନସଂଖ୍ୟା ବୃଦ୍ଧି ସହ ସହରର ନୂତନ ପରିକଳ୍ପନା ପାଇଁ ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତା ସମୋରସରଣକୁ ସହରବାସୀ ସ୍ୱାଗତ କରୁଛନ୍ତି। ଏହି ରାସ୍ତା ସମ୍ପ୍ରସାରଣ ପାଇଁ ରାସ୍ତା ପାର୍ଶ୍ୱରେ ଥିବା ଶତାଧିକ ଗଛ କରାଯିବ। ୭୦୦ରୁ ଅଧିକ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ରାସ୍ତା ନିର୍ମାଣ ସରିବା ପରେ ସେମାନଙ୍କୁ ପୁଣି ଥଇଥାନ କରାଯିବା ଉପରେ ପ୍ରଶାସନ ଚିନ୍ତା କରିଛି। ପୁରୁଣା ବସ୍ଷ୍ଟାଣ୍ଡ ଓ ଆର୍ଏମ୍ସି ମାର୍କେଟ କମ୍ପେ୍ଲକ୍ସରେ ସେମାନଙ୍କୁ ଥଇଥାନ କରାଯିବା ସହ ଅପର୍ତିବିନ୍ଧା ଛକରେ ନିର୍ମିତ ୩ ମହଲା ବିଶିଷ୍ଟ ମାର୍କେଟରେ ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ଭଦ୍ରକ ବିଧାୟକ ପ୍ରତିଶ୍ରୁତି ଦେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ଦୋକାନୀଙ୍କୁ ଦୋକାନ ଘର ଯୋଗାଇ ଦେବାପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।