ଜଳେଶ୍ୱରର ଯୁବ ନେତା ଅଞ୍ଜନ କୁମାର ସିଂହଙ୍କୁ ପଶ୍ଚିମବଙ୍ଗ ରାଜ୍ୟ କୃଷକ କଂଗ୍ରେସ ସୋସିଆଲ ମିଡ଼ିଆ ର ପ୍ରଭାରୀ ଦାୟିତ୍ୱ-
ଜଳେଶ୍ୱରର ଯୁବ ନେତା ଅଞ୍ଜନ କୁମାର ସିଂହଙ୍କୁ ….
ଜଳେଶ୍ୱର, : ଜଳେଶ୍ୱରର ଯୁବ ନେତା ଅଞ୍ଜନ କୁମାର ସିଂହଙ୍କୁ ପଶ୍ଚିମବଙ୍ଗ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମେଡ଼ିଆ ର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ରାଷ୍ଟୀୟ କିସାନ କଂଗ୍ରେସ ଚେୟାରମ୍ୟାନ ସୁଖପାଳ ସିଂ ଖାଇରା ବିଜ୍ଞପ୍ତି ଜାରି କରିଛିନ୍ତି।ଏଥି ପାଇଁ ଶ୍ରୀ ସିଂହ ବିରୋଧୀ ଦଳ ର ନେତା ରାହୁଲ ଗାନ୍ଧୀ, ରାଷ୍ଟୀୟ କଂଗ୍ରେସ ସଭାପତି ମଲ୍ଲୀକା ଅର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ, ରାଷ୍ଟୀୟ କିସାନ କଂଗ୍ରେସ ଅଧ୍ୟକ୍ଷ ସୁଖପାଳ ସିଂ ଖାଇରା, ଉପାଧ୍ୟକ୍ଷ ଅଖିଳେଶ ଶୁକଲା, କିସାନ କଂଗ୍ରେସ ସୋସିଆଲ ମେଡ଼ିଆ ହେଡ ଜୟ ବର୍ମା, ପିସିସି ସଭାପତି ଭକ୍ତ ଦାସ, ଜଳେଶ୍ୱର କଂଗ୍ରେସ ନେତା ସୁଦର୍ଶନ ଦାସ ଏବଂ ଜଳେଶ୍ୱର ବ୍ଲକ କଂଗ୍ରେସ ସଭାପତି ହେମନ୍ତ ଗିରି ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆହୁରି ପଢ଼ନ୍ତୁ...
ଶ୍ରୀ ସିଂହଙ୍କ ଘର ରାଇବଣିଆ ଥାନା ଅନ୍ତର୍ଗତ ଓଲମରା ଗ୍ରାମରେ ବୋଲି ଜଣା ପଡିଛି।ଶ୍ରୀ ସିଂହ ପ୍ରକାଶ କରିଛନ୍ତି ଆଗାମୀ ଦିନରେ କଂଗ୍ରେସ ସୋସିଆଲ ମେଡ଼ିଆକୁ କଠିନ ପରିଶ୍ରମ କରି ସୁଦୃଢ କରିବେ ଓ ଚାଷୀଙ୍କ ହକ ଓ ଅଧିକାରକୁ ନେଇ ରାଜରାସ୍ତାରେ ଲଢ଼ିବେ।ସିଏ ପ୍ରଥମେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସୋସିଆଲ ମେଡ଼ିଆର ସଂଯୋଜକ ଥିଲେ।ଛାତ୍ର କଂଗ୍ରେସ ର ଜିଲ୍ଲା ଭଲଣ୍ଟିଆର, ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମେଡ଼ିଆର କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସହ ସଂଯୋଜକ ରହିବା ସହିତ ମାଲକାନଗିରି ବରଗଡ ଏବଂ ଗଜପତି ଜିଲ୍ଲାର ଇନଚାର୍ଜ ଥଲେ।
୨ ଥର କନଭେନର, ୨ ଥର ଚିଫ କନଭେନର, ପଦ୍ମପୁର, ବାଲେଶ୍ୱର ସଦର, ଧାମଗର ଉପ-ନିର୍ବାଚନ ଯୁବ କଂଗ୍ରେସ ସୋସିଆଲ ମେଡିଆର ଷ୍ଟାର ପ୍ରଚାରକ, ପିସିସି ସୋସିଆଲ ମେଡ଼ିଆ ର ୨ ଥର ଯୁଗ୍ମ ସମ୍ପାଦକ, ଥରେ ସମ୍ପାଦକ ତା ସହିତ ଉତ୍ତର ଜୋନର ଉପସଭାପତି, ଯୁବ କଂଗ୍ରେସ ଆସାମ ସୋସିଆଲ ମେଡ଼ିଆ ସହ-ପ୍ରଭାରୀ, ଆସାମ ଯୁବ କଂଗ୍ରେସର ପ୍ରଭାରୀ ସହିତ ନିଖିଳ ଉତ୍କଳ ଚାଷୀ ମୁଲିଆ ସଂଘର ଜଳେଶ୍ୱର ବ୍ଲର ସଭାପତି ଏବଂ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ସଂଯୋଜକ ଏବଂ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ପଶ୍ଚିମବଙ୍ଗ ର ଇନଚାର୍ଜ ଏବଂ ତ୍ରିପୁରା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଇନଚାର୍ଜ ଭାବେ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ କାମ କରି ଆସିଛନ୍ତି।