ଭାଇରାଲ ଭିଡିଓ ଘଟଣା ବାଙ୍ଗୁରିଗାଁ ବାଳିକା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ ପୁରୀ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ….. By Abhilas Last updated Mar 15, 2026 0 କାକଟପୁର : ପୁରୀ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶ୍ରୀ ଜ୍ୟୋତିରଞ୍ଜନ ସାହୁଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ଚାକିରିରୁ ନିଲମ୍ବିତ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୨୪୨୪ ଅନୁଯାୟୀ ଶ୍ରୀ ସାହୁଙ୍କୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବିତ କରାଯାଇଛି। ଆହୁରି ପଢ଼ନ୍ତୁ... ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି… Sep 19, 2026 ମହାପ୍ରସାଦ ପ୍ରସ୍ତୁତି ପାଇଁ… Sep 19, 2026 ଦୁଇ ବର୍ଷରେ ଓଡିଶାର ଶିଳ୍ପାୟନର… Sep 19, 2026 ପ୍ରେମ ସମ୍ପର୍କକୁ ନେଇ… Sep 19, 2026 ଓଡ଼ିଶା ସିଭିଲ ସେବା (ସିସି ଆଣ୍ଡ ଏ) ନିୟମାବଳୀ ୧୯୬୨ର ଧାରା ୧୨(୧)(କ) ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ କାକଟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO)ଙ୍କ କାର୍ଯ୍ୟାଳୟରେ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁଙ୍କୁ ବିଦ୍ୟାଳୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ କାଗଜପତ୍ର ସେହି ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକଙ୍କୁ ହସ୍ତାନ୍ତର କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ସହକାରୀ ଶିକ୍ଷକଙ୍କୁ ମଧ୍ୟ ଏହି ଦାୟିତ୍ୱ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଅବଗତ କରାଯାଇଛି। ଏହି ଘଟଣାର ନକଲ ପୁରୀ ଜିଲ୍ଲାପାଳ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ଶିକ୍ଷା ବିଭାଗର ଏହି କଠୋର ଆଭିମୁଖ୍ୟ ପରେ ସ୍ଥାନୀୟ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା ରକ୍ଷା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଥାଉକି ବିଦ୍ୟାଳୟ ର ଚାବି କିଭଳି ଅଭିଯୁକ୍ତ ଅବସରପ୍ରାପ୍ତ ପିଅନ ଭ୍ରମରବର ସାହୁଙ୍କ ପାଖକୁ ଆସିଲା ପ୍ରଶ୍ନ ବାଙ୍ଗୁରିଗାଁ ରେ ଉଠିଥିବା ବେଳେ ଶିକ୍ଷା ବିଭାଗ ର କଡ଼ା ଆଭିମୁଖ୍ୟ କୁ ଅଞ୍ଚଳବାସୀ ସ୍ବାଗତ ଜଣାଇଛନ୍ତି। Continue Reading odianewsodishanewsshaksinewsstatenews 0 Share