ପ୍ରଳୟ ରଚିଲା କାଳବୈଶାଖୀ । କରଞ୍ଜିଆରେ ତାଟୋ, ବାଟବସା ଓ କଙ୍କଡ଼ାପୋଷି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି । ୧୦ରୁ ଅଧିକ ଗୁରୁତର, ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ । ୬୦ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ।ପ୍ରଳୟ ରଚିଲା କାଳବୈଶାଖୀ । ଦେଖୁ ଦେଖୁ ସବୁ କିଛି ଉଡ଼ାଇ ନେଲା । ମୟୂରଭଞ୍ଜ କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ । କରଞ୍ଜିଆ ଉପଖଣ୍ଡରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି ।
ତାଟୋ, ବାଟବସା ଓ କଙ୍କଡ଼ାପୋଷି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୬୦ରୁ ଅଧିକ ଘର ଓ ବହୁ ଗଛ ଭାଙ୍ଗିଥିବା ସୂଚନା ମିଳିଛି ।ଦେଖୁ ଦେଖୁ ମାଡ଼ି ଆସିଥିଲା କାଳବୈଶାଖୀ । କେହି କିଛି ବୁଝିବା ଆଗରୁ ବହୁ ଜୋରରେ ପବନ ବୋହିବା ଆରମ୍ଭ କରିଥିଲା । ଯେଉଁ ଲୋକମାନେ ବାହାରେ ଥିଲେ ସେମାନେ କାଳବୈଶାଖୀ ତାଣ୍ଡବର ସମ୍ମୁଖୀନ ହୋଇଥିଲେ ।ସେହିଭଳି କିଛି ଗାଡ଼ି ଓଲଟି ପଡ଼ିବା ଫଳରେ ଯାତ୍ରୀମାନେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏପଟେ ଆଗାମୀ ୩ ଘଣ୍ଟା ପାଇଁ ୧୫ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଘଡ଼ଘଡ଼ି ସହ ବର୍ଷା ଓ ଭୀଷଣ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କୋରାପୁଟ ଓ ଗଞ୍ଜାମ ପାଇଁ ସତର୍କତା ଜାରି କରାଯାଇଛି । ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।