ବିଳମ୍ବିତ ରାତିରେ ଗୋଠ ଛଡା ହାତିର ଉପଦ୍ରବ

ଭାଙ୍ଗିଲା ଘରର କାନ୍ଥ, କାନ୍ଥ ତଳେ ଚାପି ହୋଇ ୨ ବର୍ଷର ଶିଶୁ ମୃତ

ପରିବାରର ଅନ୍ୟ ସଦସ୍ୟମାନେ ଆହତ ହୋଇ ହାତିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଭର୍ତ୍ତି।

ଜଳେଶ୍ୱର,: – ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗ୍ରାମରେ ଘଟିଛି ଏକ ଦୁଖଃଦ ଘଟଣା। ରାଇବଣିଆ ଅଞ୍ଚଳର ଆଖପାଖ ଜଙ୍ଗଲରେ ୩୦ ଟିକିଆ ହାତୀପଲ ଦିର୍ଘ ଦିନ ଧରି ରହୁଛନ୍ତି, ଦିନ ସମୟରେ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁ ଆଡ଼କୁ ଆସି ବାଡ଼ି ଘରେ ପସି ଉପଦ୍ରବ କରୁଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଏକ ଗୋଠ ଛଡା ଦନ୍ତା ହାତି କେନ୍ଦୁଖୁଣ୍ଟା ଗ୍ରାମର ଉଦ୍ଧବ ବେଶ୍ରାଙ୍କ ଘର ଭାଙ୍ଗି ଦେଇଥିଲା।ଯାହା ଫଳରେ ରାତିରେ ପରିବାର ଲୋକେ ଶୋଇଥିବା ବେଳେ କାନ୍ଥ ପଡି ଯାଇ ପରିବାରର ସମସ୍ତ ସଦସ୍ୟ କାନ୍ଥ ତଳେ ଚାପି ହୋଇ ଯାଇଥିଲେ।
ଖବର ରାଇବଣିଆ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହାତିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ୨ ବର୍ଷର ପୁଅ ରାମ୍ ଔରଫ ନାରାଣ ବେଶ୍ରାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।ପରିବାରର ଅନ୍ୟ ସଦସ୍ୟମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ଉଦ୍ଧବ ଜଣେ ଗରିବ ପରିବାରର ହୋଇ ଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ ଓ ଅଞ୍ଚଳବାସୀ।