ରମଜାନ ମାସ ଉପଲକ୍ଷେ ସମାଜସେବୀ ଗୌରହରୀ ସାହୁଙ୍କ ପକ୍ଷରୁ ସଂଖ୍ୟାଲଘୁ ମାନଙ୍କ ଲାଗି ବିଭିନ୍ନ ମସଜିଦରେ ଇଫତାର ପାର୍ଟି ପ୍ରଦାନ

ଜଳେଶ୍ୱର ଏକ ଭାଇଚାରାର ସହର ହୋଇଥିବାରୁ ….

ଜଳେଶ୍ୱର,: – ଜଳେଶ୍ୱର ଏକ ଭାଇଚାରାର ସହର ହୋଇଥିବାରୁ ଉଭୟ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ  ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସହଭାଗିତାରେ ପାଳନ କରିଥାନ୍ତି।ପବିତ୍ର ରମଜାନ ମାସ ଚାଲି ଥିବାରୁ ମୁସଲମାନ ଭାଇମାନଙ୍କ ଲାଗି ଏକ ଇଫତାର ପାର୍ଟିର ଆୟୋଜନ କରା ଯାଇଥିଲା।

ସମାଜସେବୀ ଗୌରହରି ସାହୁଙ୍କ ନେତୃତ୍ୱରେ ଗୋପାଳ ସାହୁ, ସୂର୍ଯ୍ୟକାନ୍ତ ସାହୁ, ଆୟୁଷ ସାହୁ ପ୍ରମୁଖ ରମଜାନ ମାସର ୨୭ ତମ ଦିବସରେ ଜଳେଶ୍ୱର ପୌରପାଳିକାର ଶାସନବାଡ଼, ପଞ୍ଚୁଘଣ୍ଟା ଗ୍ରାମର ୩ ଟି ମସଜିଦ୍‌ରେ ଇଫତାର ପାର୍ଟି ରେ ୪ ଶହ ଲୋକଙ୍କୁ ପ୍ରଦାନ କରିଥିଲା ବେଳେ ଏନୋର ମସଜିଦ ଝାଡେଶ୍ୱରପୁର ଓ ତଇତୁଲ ମସଜିଦ ରାଜପୁରରେ ୩ ଶହ ଲୋକଙ୍କୁ ଇଫତାର ପାର୍ଟି ପ୍ରଦାନ କରିଥିଲେ।

ଏଥିରେ ଶହ ଶହ ସଂଖ୍ୟାରେ ହିନ୍ଦୁ ଓ ମୁସଲମାନ ଭାଇମାନେ ସାଥିରେ ବସି ଭୋଜନ କରିବାର ନିଆରା ପରମ୍ପରା ଅନୁଷ୍ଠିତ ହୋଇଥିଲା।ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ଓ ସମ୍ପ୍ରିତି ବୃଦ୍ଧି ପାଉଥିବା ବେଳେ ଭାଇଚାରାର ସଂପର୍କ ବୃଦ୍ଧି ପାଉଛି ବୋଲି କୁହାଯାଇଛି।ଏଥିରେ ନସିମ ଉଦ୍ଦିନ, ଅବଦୁଲ ଅଜିଜ ଖାନ, ଫିରୁଜ ଖାନ୍, ସେକ ହାସିମ ଉଦ୍ଦିନ, ମିନହାଜ୍ ଉଦ୍ଦିନ, ଇନତାଜ ଖାନ, ଏସ କେ ସତ୍ତାର, ଏସ କେ କୌଶଲ୍ ମହମ୍ମଦ, ସଫିର ଉଦ୍ଦିନ, ସୈଫ ଉଦ୍ଦିନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।