କଥାରେ ଅଛି ମନ ଯଦି ସୁସ୍ଥ ଅଛି, ତେବେ ସ୍ୱାସ୍ଥ୍ୟ ଠିକ୍ ଅଛି। କିନ୍ତୁ ଭାରତୀୟ ଯୁବବର୍ଗଙ୍କ ମାନସିକ ସ୍ୱାସ୍ଥ୍ୟ ନେଇ ବୈଶ୍ୱିକ ମାନସିକ ସ୍ୱାସ୍ଥ୍ୟ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି କୁହାଯାଇପାରେ। ଆମେରିକାର ସାପିଏନ ଲାବସ୍ ପକ୍ଷରୁ ଦେଶର ୧୮ବର୍ଷରୁ ୩୪ବର୍ଷ ମଧ୍ୟରେ ଯୁବବର୍ଗଙ୍କ ମାନସିକ ସ୍ୱାସ୍ଥ୍ୟ ନେଇ କରାଯାଇଥିବା ଅଧ୍ୟୟନରେ ଗ୍ଲୋବାଲ ମାଇଣ୍ଡ ହେଲଥ ବୈଶ୍ୱିକ ମାନସିକ ସ୍ୱାସ୍ଥ୍ୟ ରିପୋର୍ଟର-୨୦୨୫ରେ ଭାରତୀୟ ଯୁବପିଢିଙ୍କ ସ୍କୋର ୩୩ଥିବାବେଳେ ୮୪ଟି ଦେଶ ତାଲିକାରେ ଭାରତର ସ୍ଥାନ ୬୦ତମ ସ୍ଥାନରେ ରହିଛି। କହିବା ବାହୁଲ୍ୟ ଯେ, ୮୪ଟି ଦେଶର ୧୮ରୁ ୩୪ବର୍ଷ ମଧ୍ୟରେ ଯୁବପିଢି ଏବଂ ୫୫ବର୍ଷ କିମ୍ବା ତଦ୍ଦୁର୍ଦ୍ଧ ବୟସ୍କଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା।
ବରିଷ୍ଠ ବା ବୟସ୍କ ବ୍ୟକ୍ତିମାନଙ୍କ ମାନସିକ ସୁସ୍ଥତା ସ୍କୋର ୯୬ଥିବାବେଳେ ତାଲିକାର ୪୯ ତମ ସ୍ଥାନରେ ରହିଛି। ବୟସ୍କଙ୍କ ତୁଳନାରେ ଯୁବବର୍ଗଙ୍କ ମାନସିକ ସୁସ୍ଥତା ଖରାପ ସ୍ଥତିରେ ଥିବା କୁହାଯାଇଛି। ତେବେ କେବଳ ଭାରତୀୟ ଯୁବବର୍ଗ ନୁହଁନ୍ତି, ଅନ୍ୟ ରାଷ୍ଟ୍ରଗୁଡିକରେ ମଧ୍ୟ ଯୁବବର୍ଗଙ୍କ ମାନସିକ ସୁସ୍ଥତା ଖରାପ ପର୍ଯ୍ୟାୟରେ ରହିଛି। ଉଲ୍ଳେଖଯୋଗ୍ୟ ଯେ, ବିଶ୍ୱବାସୀ ୮୪ଟି ଦେଶର ୧୦ଲକ୍ଷରୁ ଉଦ୍ଧ୍ୱର୍ରୁ ଯୁବବର୍ଗ ଓ ବୟସ୍କ ବ୍ୟକ୍ତି, ଯେଉଁମାନେ କି ଇଂଟରନେଟ ସହ ଜଡିତ, ସେମାନଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ବୟସ୍କଙ୍କ ମାନସିକ ସ୍ୱାସ୍ଥ୍ୟ ସ୍କୋର (ଏମଏଚକ୍ୟୁ ) ହାରାହାରି ୧୦୦ ପାଖାପାଖି ଥିବାବେଳେ ଯୁବବର୍ଗଙ୍କର ଏମଏଚକ୍ୟୁ ହାରାହାରି ୩୬ରହିଛି।
କିନ୍ତୁ ବିଶ୍ୱବ୍ୟାପୀ ୪୧ପ୍ରତିଶତ ଯୁବ ବୟସ୍କ ବିଚଳିତ ଓ ବିଭିନ୍ନ ବର୍ଗ ସହ ସଂଘର୍ଷରେ ପିଡିତ ଥିବା କୁହାଯାଇଛି। ଯୁବବର୍ଗଙ୍କ ମାନସିକ ସ୍ୱାସ୍ଥ୍ୟ ନେଇ ରିପୋର୍ଟ ଚାରୋଟି ପ୍ରସଙ୍ଗକୁ ଚିହ୍ନଟ କରିଛି। ସେଗୁଡିକ ମଧ୍ୟରେ ପାରିବାରିକ ସୁସମ୍ପର୍କ ଦୁର୍ବଳ, ଆଧ୍ୟାତ୍ମକି ମନୋଭାବ ହ୍ରାସ, ସ୍ମାର୍ଟଫାନର ବହୁଳମାତ୍ରାରେ ବ୍ୟବହାର ଏବଂ ପ୍ୟାକେଟ ବା ଅଧିକ ମାତ୍ରାରେ ଲୁଣ, ଚିନି, ଖରାପ ତେଲ ଯୁକ୍ତ ଖାଦ୍ୟ ଗ୍ରହଣ ରହିଛି। ଭାରତରେ ପ୍ୟାକେଟ ଖାଦ୍ୟ ବ୍ୟବହାର ଯୁବବର୍ଗଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ରହିଛି। ଆହୁରି ପିଲାବେଳୁ ସ୍ମାର୍ଟଫୋନ ବ୍ୟବହାରରେ ବର୍ତମାନର ଯୁବବର୍ଗ ଅଭ୍ୟସ୍ତ।
ସ୍ମାର୍ଟଫୋନ ବ୍ୟବହାର ଯୁବବର୍ଗଙ୍କ ମାନସିକ ସ୍ଥିତିକୁ ବିଚଳିତ କରିଦେଇଛି। ଯାହାର ପରିଣତି ସ୍ୱରୁପ ବହୁ ଯୁବକ ଯୁବତୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ କୁଣ୍ଠାବୋଧ କରୁନାହାଁନ୍ତି। ନିକଟରେ ଉତରପ୍ରଦେଶରେ ପିତାମାତା ସ୍ମାର୍ଟଫୋନ ଛଡାଇ ନେବାରୁ ୯ ମହଲାରୁ ଡେଇଁ ତିନି ଭଉଣୀଙ୍କ ଆତ୍ମହତ୍ୟା କରିବା ଏହାର ହେଉଛି ଜ୍ୱଳନ୍ତ ଉଦାହରଣ। ଅନ୍ୟପକ୍ଷରେ ଆମଦେଶରେ ମାନସିକ ରୋଗ ଚିକିତ୍ସକଙ୍କ ସଂଖ୍ୟା ମଧ୍ୟ ବହୁ ନଗଣ୍ୟ ରହିଛି। ପ୍ରତି ୧ଲକ୍ଷ ଲୋକସଂଖ୍ୟାରେ ଦେଶରେ ମାତ୍ର ୦.୭୫ ପ୍ରତିଶତ ମାନସିକ ରୋଗ ଚକି ିତ୍ସକ ଥିବା ଏକ ରିପୋର୍ଟରେ କୁହାଯାଇଛି। ମାନସିକ ସୁସ୍ଥତା ପାଇଁ ଯୁବବର୍ଗ ଉପଯୁକ୍ତ ଚିକିତ୍ସା ଏବଂ ପରାମର୍ଶ ପାଇପାରୁନାହାଁନ୍ତି। ଭାରତରେ ଯୁବବର୍ଗ ଏକାଡେମିକ ବା ଶିକ୍ଷାନୁଷ୍ଠାନ ଚାପ, ନିଯୁକ୍ତି, ଅନି୧⁄୨ିତତା, ବେରୋଜଗାର ଏବଂ ଦ୍ରୃତ ସାମାଜିକ ପରିବର୍ତନ ଚାପରେ ଜର୍ଜରିତ।
ସେମାନେ ଯଥାର୍ଥ ସମୟରେ ଉପଯୁକ୍ତ ସହାୟତା, ସମର୍ଥନ ପାଇବା ଅତ୍ୟନ୍ତ କଷ୍ଟକର। ଭାରତରେ ଯୁବବର୍ଗର ଅକାଳ ମୃତ୍ୟୁ କ୍ଷେତ୍ରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟରେ ଆତ୍ମହତ୍ୟା ଗୋଟିଏ। ଭାରତରେ ଯୁବବର୍ଗଙ୍କ ତୁଳନାରେ ବରିଷ୍ଠ ବର୍ଗଙ୍କ ଭଲସ୍ଥିତିରେ ଅଛନ୍ତି। ୭୮ ପ୍ରତିଶତ ବୟସ୍କ ନିଜ ପରିବାର ସହ ସୁସମ୍ପର୍କରେ ଥିବାବେଳେ ଯୁବବର୍ଗଙ୍କ ସଂଖ୍ୟା ହେଉଛି ୬୪ପ୍ରତିଶତ ତେବେ ଭାରତରେ ବହୁ ବୟସ୍କ ଏକାକୀ ରହୁଥିବାବେଳେ କ୍ରିନିକ୍ ଅସୁସ୍ଥତା ଏବଂ ସୀମିତ ବାର୍ଦ୍ଧକ୍ୟଜନିତ ମାନସିକ ଅସୁସ୍ଥତାରେ ପିଡିତ। ପ୍ରାୟ ୨୦.୫ ପ୍ରତିଶତ ବରିଷ୍ଠ ବୟସ୍କ ମାନସିକ ସମସ୍ୟାରେ ପିଡିତ ଥିବା କୁହାଯାଏ।
ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ଖୁସି ସୂଚକାଙ୍କରେ ଶୀର୍ଷରେ ଥିବା ଫିନଲାଣ୍ଡରେ ଯୁବବର୍ଗ ମାନସିକ ସୁସ୍ଥତା ତାଲିକାରେ ୪୦ତମ ସ୍ଥାନରେ ରହିଥିବାବେଳେ ବରିଷ୍ଠ ବର୍ଗ ୨୮ତମ ସ୍ଥାନରେ ଅଛନ୍ତି। ଜାପାନ, ତାଇୱାନ, ହକଂ, ବ୍ରିଟେନ ଏବଂ ଚୀନ ମାନସିକ ସୁସ୍ଥତା ର୍ୟାଙ୍କରେ ତଳେ ଥିବାବେଳେ ଘାନା, ନାଇଜେରିଆ, ଜିମ୍ବାୱେ, କେନିଆ, ତାଂଜାନିଆ ଆଦି ଆଫ୍ରୀକୀୟ ରାଷ୍ଟ୍ରରେ ମାନସିକ ସୁସ୍ଥତା ତୁଳନାତ୍ମକ ଭାବେ ଭଲ ରହିଛି। ତେବେ ପରିବାର କେନ୍ଦ୍ରୀକ ଜୀବନ ମାନସିକ ଅସୁସ୍ଥତାର ଉପଶମ କରିପାରିବ ବୋଲି କୁହାଯାଏ।