ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡିଶା ପ୍ରଶାସନିକ ସେବା (ଓଏଏସ୍) (କନିଷ୍ଠ ଶାଖା) ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି।ଚିଠି ନଂ ୧୨୬୭୮/୨୦୨୬ ଅନୁସାରେ, ମୟୂରଭଞ୍ଜ ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳଙ୍କୁ ମୟୂରଭଞ୍ଜ ଡେପୁଟି ଜିଲ୍ଲାପାଳ ଭାବେ ବଦଳି ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍ଆର୍ଓ ଭବାନୀ ପ୍ରସାଦ ସାହୁଙ୍କୁ ରାଇରଙ୍ଗପୁର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି।
ନୂଆପଡା ଡେପୁଟି ଜିଲ୍ଲାପାଳ ଜନ୍ମେଜୟ ବେହେରାଙ୍କୁ ସମ୍ବଲପୁର ଏସ୍ଏମ୍ସି ଡେପୁଟି ଆୟୁକ୍ତ ଭାବେ ବଦଳି ହୋଇଛି। କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍ଆର୍ଓ ସତ୍ୟବ୍ରତ ସାହୁଙ୍କୁ ଚମ୍ପୁଆ ତହସିଲଦାର, ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍ଆର୍ଓ ଦେବାଶିଷ ଜେନାଙ୍କୁ ମାଲକାନଗିରି ତହସିଲଦାର, ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍ଆର୍ଓ ଶୁଭମ୍ ଦାସଙ୍କୁ ମୟୂରଭଞ୍ଜ ମୋରଡ଼ା ତହସିଲଦାର ଭାବେ ବଦଳି ହୋଇଛି।
ନବରଙ୍ଗପୁର ଡେପୁଟି ଜିଲ୍ଲାପାଳ ମନମୋହନ ସାହୁଙ୍କୁ ନବରଙ୍ଗପୁର ରାଇଘର ତହସିଲଦାର, ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍ଆର୍ଓ ଦେବାଷିଷ ସେଠୀଙ୍କୁ ପୁରୀ ବ୍ରହ୍ମଗିରି ତହସିଲଦାର, ପୁରୀ ଡେପୁଟି ଜିଲ୍ଲାପାଳ ସହଦେବ ସାହୁଙ୍କୁ ପୁରୀ କୃଷ୍ଣପ୍ରସାଦ ତହସିଲଦାର, ଜଗତସିଂହପୁର ଡେପୁଟି ଜିଲ୍ଲାପାଳ ସୁଦର୍ଶନ ଗୁରୁଙ୍କୁ ଭଦ୍ରକ ଡିଏସ୍ଆର୍, ବାଲେଶ୍ୱର ବାଲିଆପାଳ ତହସିଲଦାର ଜ୍ୟୋସ୍ନାରାଣୀ ନାୟକଙ୍କୁ ମୟୂରଭଞ୍ଜ କରଞ୍ଜିଆ ତହସିଲଦାର, କେଉଁଝର ଡେପୁଟି ଜିଲ୍ଲାପାଳ ରୂପାଲୀ ହାଂସଦାଙ୍କୁ କରଞ୍ଜିଆ ତହସିଲଦାର, ମୋ ସ୍କୁଲ ଅଧ୍ୟକ୍ଷଙ୍କ ଓଏସ୍ଡି (ଓୟୁଟି ବିଞ୍ଝାରପୁର ତହସିଲଦାର)ଙ୍କୁ ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ପୌର ପରିଷଦର ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।