ଭୁବନେଶ୍ୱର: କୁଖ୍ୟାତ ମାଓବାଦୀ ଶୁକ୍ରୁ ଧରାଦେଇଛି। କନ୍ଧମାଳ ପୁଲିସ ନିକଟରେ ଶୁକ୍ରୁ ସଦଳବଳେ ପହଂଚିଛି। ଶୁକ୍ରୁ ହାତରେ ଗୋଟିଏ ଏକେ-୪୭ ଥିଲା। ଶୁକ୍ରୁ ସହିତ ଚାରିଜଣ ସହଯୋଗୀ ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି। ଏଡିଜି ଆଂଟି ନକ୍ସଲ ଅପରସେନ ସଂଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କନ୍ଧମାଳ-ଗଜପତି-ଗଂଜାମ ସୀମାନ୍ତ ଜଙ୍ଗଲରେ ଆଧିପତ୍ୟ ବିସ୍ତାର କରିଥିଲା। ଓଡିଶା ପୁଲିସ ତାକୁ ଆତ୍ମସମର୍ପଣ ଆହ୍ୱାନ କରିଥିଲା।
ତାକୁ ଧରାଇ ଦେବା ପାଇଁ ୫୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୁଲିସ। ସେ ଏଇଟ୍ଥ ନାମରେ ଏକ କଂପାନି ପରିଚାଳନା କରୁଥିଲା। ମାଓବାଦୀ ଥଇଥାନା ନୀତି ଅନୁସାରେ ଶୁକ୍ରୁକୁ ସମସ୍ତ ସରକାରୀ ସହଯୋଗ ମିଳିବ। ଶୁକ୍ରୁର ଏକାଧିକ ନାମ ରହିଛି। ତା’ ଭିତରୁ ସେ କୋସା ସୋଢ଼ି ଓରଫ କ୍ରିଷ୍ଣା ନାମରେ ବେଶି ପରିଚିତ। ମାଲକାନଗିରି କୁରୁବ ଗାଁରେ ଶୁକ୍ରୁ ଘର। ୧୯୯୫ ମସିହାରେ ଶୁକ୍ରୁ ମାଓ ସଙ୍ଗଠନର କାଲିମେଳା ଦଳମରେ ଯୋଗଦାନ କରିଥିଲା।
ପରେ କୋସା ଛତିଶଗଡ଼ ଚାଲିଗଲା। ଗତ କିଛି ବର୍ଷ ଧରି ଓଡିଶା କନ୍ଧମାଳ-ଗଂଜାମର ସଦସ୍ୟ ମଧ୍ୟ ଥିଲା। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ଦେଇଥିବା ଆହ୍ୱାନ ଅନୁସାରେ ଆଉ ଏକ ସପ୍ତାହ ପରେ କଂଟ ପୁରିବ। କଂଟ ପୁରି ଆସୁଥିବାରୁ ନକ୍ସଲମାନଙ୍କ ଭିତରେ ଛନକା ପଶିଛି। ସେମାନେ ଉପାୟ ଶୂନ୍ୟ ହୋଇ ଆତ୍ମସର୍ପଣ କରୁଛନ୍ତି।