ଭୁବନେଶ୍ୱର: ପୁଣି ଥରେ ଓଡିଶା ହାଇକୋର୍ଟ ପୂର୍ବତନ ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କୁ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆର୍ସି) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ ୧୦ ଫେବ୍ରୁଆରି ୨୦୨୩ରେ ଏହି ପଦବିରେ ନିଯୁକ୍ତ ହୋଇଥିଲେ।
ଚଳିତ ଫେବ୍ରୁଆରିରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ଗୁରୁବାର ତାଙ୍କର ପୁନଃ ନିଯୁକ୍ତି ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।