ନୋଡାଲ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ

ଅସ୍ତରଙ୍ଗ ବ୍ଲକ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ …..

ଅସ୍ତରଙ୍ଗ :-  ଅସ୍ତରଙ୍ଗ ବ୍ଲକ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶେଷ ହୋଇଯାଇଛି।ପୁରୀ ଜିଲ୍ଲାରେ ଏହି ବିଦ୍ୟାଳୟ ପ୍ରତ୍ୟେକ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଉକ୍ତ ବିଦ୍ୟାଳୟ ସବୁବେଳେ ଶିକ୍ଷା ,କୃତିତ୍ୱ ଓ ସଂସ୍କାର କ୍ଷେତ୍ରରେ ବିଦ୍ୟାଳୟର ଗୁରୁତ୍ୱ ଦେଇ ଆସୁଛି।ବାସ୍ତବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟ ମାନେ ଏହି ଶିକ୍ଷାନୁଷ୍ଠାନକୁ ମଣିଷ ତିଆରି ଏକ ନିଆରା ଅନୁଷ୍ଠାନ ଭାବେ ପୁରୀ ଜିଲ୍ଲା ସମେତ ଆଖ ପାଖ ଅଞ୍ଚଳରେ ପ୍ରତିପାଦିତ କରି ପାରିଥିବା ମୁଖ୍ୟ ବକ୍ତା ପ୍ରେରଣା ଦାୟୀ ସମାଜ ସଂସ୍କାରକ ଚନ୍ଦ୍ର ବିନ୍ଦୁ ଦାସ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।ସେ ସଂସ୍କାର ଧର୍ମୀ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଅଭିଭାବକ ଓ ଅତିଥିମାନଙ୍କୁ କିଛି ସମୟ ପାଇଁ ସ୍ତମ୍ବିଭୁତ କରି ରଖିଥିଲେ।ପ୍ରଧାନ ଶିକ୍ଷକ ତଥା ସଭାପତିତ୍ୱ କରିଥିବା ନିରଞ୍ଜନ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ବିଦ୍ୟାଳୟ ପ୍ରତିଷ୍ଠା ଠାରୁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟର ଲୋକପ୍ରିୟତା ସମ୍ପର୍କରେ ସୂଚନା ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଆରତୀ ନାୟକ,ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ସ୍ୱାଇଁ, ଅତିରିକ୍ତ ଶିକ୍ଷା ଅଧିକାରୀ ମଙ୍ଗୁଳି ଚରଣ ଦାସ, ବିଆରସିସି ପ୍ରିୟଦର୍ଶୀ ବିଶ୍ୱାଳ ,ସିଆରସିସି ସନ୍ତୋଷ କୁମାର ସ୍ୱାଇଁ, ସରପଞ୍ଚ ରାମଚନ୍ଦ୍ର କାଣ୍ଡି ,ଦୁଷ୍ମନ୍ତ ପରିଡା, ରମାକାନ୍ତ ବସ୍ତିଆ,କାଳନ୍ଦୀ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ।ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ।କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିବାକ ଓ ଶୁଭେଛୁ ମାନେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।