ମୁହଁ ହେବନି କଳା

ଖରାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

ମନକୁ ଆରାମ, ଶରୀରକୁ ଆରାମ

ଖରା ପ୍ରଭାବରୁ ତ୍ୱଚାଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନିଆଯିବା ଦରକାର। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ, କିପରି ନେବେ ଖରାଦିନେ ମୁହଁର ଯତ୍ନ? ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜର ମୁହଁ, ହାତ,

ବେକରେ ସନ୍‌ ସ୍କ୍ରିନ୍‌ କିମ୍ବା ସନ୍‌ ଲୋଶନ୍‌ ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ।ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଫଳରେ ମୁହଁର ରଙ୍ଗ ଗୋରା ରହିବା ସହ ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ।

ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍‌କରେ ପୋଛନ୍ତୁ।ସପ୍ତାହକୁ ୨ ରୁ ୩ ଥର ମୁହଁରେ ଘି କୁଆଁରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।

ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।
ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।ଅଧିକ ପାଣି ପିଅନ୍ତୁ –ତ୍ୱଚାକୁ ଉଜ୍ୱଳ ଓ ସୁସ୍ଥ ରହିବା ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଖରାଦିନରେ ଝାଳ ବୋହିବା କାରଣରୁ ଶରୀରରୁ ଜଳୀୟ ଅଂଶ କମ ହୋଇଯାଏ। ତେଣୁ ଏହି ଦିନରେ ନିହାତି ୨ ରୁ ୩ ଲିଟର ଜଳ ପିଅନ୍ତୁ।

ମେକ୍‌ଅପ୍‌ କମ କରନ୍ତୁ –ଖରାଦିନରେ ମେକ୍‌ଅପ୍‌ର ବ୍ୟବହାର କମ କରନ୍ତୁ। କାରଣ ଏହି ଦିନରେ ସାଧାରଣତଃ ମେକ୍‌ଅପ୍‌ରେ ଥିବା କେମିକାଲର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ତେଣୁ ଜରୁରୀ ନହେଲେ ମେକଅପର ବହୁଳ ବ୍ୟବହାର କରନ୍ତୁ ନାହିଁ।ତ୍ୱଚା ପାଇଁ ଭିଟାମିନ ସି ଖୁବ ଲାଭଦାୟକ ଅଟେ। କମଳା, ଲେମ୍ବୁ, ଅଁଳା, ଅଙ୍ଗୁର, ଟମାଟୋ ଆଦିରେ ଭିଟାମିନ ପ୍ରଚୁର ପରିମାଣରେ ଥାଏ। ଖରାଦିନରେ ଏହି ସମସ୍ତ ଖାଦ୍ୟ ଖାଇଲେ ମୁହଁ ଖୁବ ଉଜ୍ୱଳ ଓ ସତେଜ ରହେ।