ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ଆଜି ଭାରତୀୟ ଷ୍ଟକ୍ ବଜାର ହ୍ରାସ ପାଇଛି। -ସେନସେକ୍ସ ୧,୧୯୧.୨୪ ପଏଂଟ୍ ହ୍ରାସ ପାଇ ୭୨,୩୯୧.୯୮ରେ ପହଂଚିଛି। ସେହିପରି ନିଫ୍ଟି ୩୪୯.୪୫ ପଏଂଟ୍ ହ୍ରାସ ପାଇ ୨୨,୪୭୦.୧୫ରେ ପହଂଚିଛି।
ସେପଟେ ସପ୍ତାହର ପ୍ରଥମ ଦିନ ସୋମବାର ଦେଶରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଆଜି ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧୪୮୨୧୦ ଟଙ୍କାକୁ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୧୩୫,୮୯୦ ଟଙ୍କା ରହିଛି। ଭୁବନେଶ୍ୱର ୨୪ କ୍ୟାରେଟ ସୁନା ରେଟ୍ ୧,୪୭, ୨୮୦ଟଙ୍କା ରହିଛି ।

ଗତକାଲି ୨୪ କ୍ୟାରେଟ୍ ଗୋଲ୍ଡ ପ୍ରାଇସ ୧,୪୮,୦୯୦ ଟଙ୍କାରେ ଥିଲା। ସେହିଭଳି ୨୨ କ୍ୟାରେଟ୍ ସୁନା ରେଟ ୧,୩୫,୦୦୦ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଏହି ଦର ୧,୩୫,୭୫୦ ଥିଲା ।