ବଲାଙ୍ଗୀର: ଇଘଗ ସ୍ତ୍ରୀଙ୍କୁ ହତ୍ୟା କଲେ, ନିଜେ ମଲେ ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନ୍ଏମ୍ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ୱାମୀଙ୍କର ପରଲୋକ ହୋଇଯାଇଛି।
ଖବର ଅନୁସାରେ, ମଙ୍ଗଳବାର ରାତିରେ ଷ୍ଟାଫ୍ କ୍ୱାର୍ଟରେ ଦମୟନ୍ତୀ ବାରିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଶୋଇବା ଘରେ ପୋଡ଼ି ଯାଇ ମୃତ୍ୟୁ ହୋଇଥିଲା। ବଲାଙ୍ଗିର ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଘଟଣାକୁ ନେଇ କହିଛନ୍ତି ଯେ, ଏଏନ୍ଏମ୍ ମହିଳାଙ୍କୁ ତାଙ୍କ ସ୍ୱାମୀ ଉପେନ୍ଦ୍ର କାଲସାଏ (୬୦) ପିଟିପିଟି ମାରି ଦେଇଥିଲେ ଏବଂ ଏହା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ସେ ନିଜେ ମଧ୍ୟ ପୋଡି ଯାଇଥିଲେ। ମୃତ ଏଏନ୍ଏମ୍ଙ୍କ ସ୍ୱାମୀ ମଧ୍ୟ ପୋଡି ଯାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି ହୋଇଥିଲେ।
ପୋଲିସର ପ୍ରାଥମିକ ତଦନ୍ତରୁ ଏଏନ୍ଏମ୍ଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଥିଲା। ପୁଲିସ ସାଇଂଟିଫିକ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ରାମଚନ୍ଦ୍ରପୁର ସରକାରୀ କ୍ୱାର୍ଟରରେ ସ୍ୱାମୀ ସ୍ତ୍ରୀ ରହୁଥିବା ବେଳେ ପୁଅ ଝିଅ ବାହାରେ ରହି ପଢ଼ୁଥିବା ଜଣାପଡ଼ିଛି।