ପରିବେଶ ପ୍ରଦୂଷଣ କରି ଫସିଲା ଶ୍ୟାମ ମେଟାଲିକ୍‌ସ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର …..

ସମ୍ବଲପୁର: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅଧୀନ ପାଣ୍ଡଲୋଇସ୍ଥିତ ଏମ୍‌/ଏସ୍‌ ଶ୍ୟାମ୍‌ ମେଟାଲିକ୍ସ ଆଣ୍ଡ୍‌ ଏନାର୍ଜି ଲିମିଟେଡ୍‌କୁ ପରିବେଶ ସୁରକ୍ଷା ନେଇ ନୋଟିସ୍‌ ଜାରି କରିଛି। ଇମେଲ୍‌ ଏବଂ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଜାରି କରାଯାଇଥିବା ଏହି ନୋଟିସ୍‌ରେ କୁହାଯାଇଛି ଯେ, ଏହି ଇସ୍ପାତ୍‌ କାରଖାନା ପରିବେଶକୁ ପ୍ରଦୂଷଣ କରୁଥିବା ୧୭ଟି ବର୍ଗ ମଧ୍ୟରୁ ଅନ୍ୟତମ, ଯାହାକି ପରିବେଶ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ କରୁଛି। ବାୟୁ ଗୁଣବତା ଏବଂ ପବନ ପ୍ରଦୂଷିତ କରୁଛି। କେନ୍ଦ୍ର ସରକାରଙ୍କ ପରିବେଶ ସୁରକ୍ଷା ଆଇନ ୧୯୮୬କୁ ଦୃଷ୍ଟିରେ ରଖି କାରଖାନା ପରିଚାଳନା କରିବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଏମ୍‌/ଏସ୍‌ ଶ୍ୟାମ୍‌ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡ୍‌ ପରିଚାଳନା ନେଇ ୨୦୨୪ ଅଗଷ୍ଟ ୧ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର କୋଲକାତାସ୍ଥିତ ଆଂଚଳିକ ନିର୍ଦ୍ଦେଶାଳୟର ଏକ ଟିମ୍‌ କାରଖାନା ପରିଦର୍ଶନ କରିଥିଲେ। ସେଠାରେ ସେମାନେ ପରିସ୍ଥିତି ଦେଖିଲା ପରେ ଗତବର୍ଷ ମେ’ ମାସ ୨୭ ତାରିଖରେ ଏକ ପରାମର୍ଶ ଜାରି କରିଥିଲେ, ଯେଉଁଥିରେ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ବର୍ଜ ପରିଚାଳନା ନେଇ ଉଲ୍ଲେଖ ଥିଲା।