ରେଳକ୍ଷେତ୍ରରେ ଓଡ଼ିଶାର ଅଧିକାର ପାଇଁ ମିଳିତ ଧାରଣା

ୱାଲଟିୟର ରେଳ ଡିଭିଜନକୁ ପୂର୍ବତଟ ରେଳପଥ ଜୋନ୍‌କୁ …..

ଭୁବନେଶ୍ୱର: ୱାଲଟିୟର ରେଳ ଡିଭିଜନକୁ ପୂର୍ବତଟ ରେଳପଥ ଜୋନ୍‌କୁ ତୁରନ୍ତ ଫେରାଇବା, ପାଲାସା–ଇଚ୍ଛାପୁରମ୍‌ ରେଳ ଅଂଚଳ ସ୍ଥାନାନ୍ତରଣ ନିଷ୍ପତି ବାତିଲ୍‌ କରିବା, ଓଡ଼ିଶା ଭୂଖଣ୍ଡ ମଧ୍ୟରେ ଯାଇଥିବା ସମସ୍ତ ରେଳ ଅଞ୍ଚଳକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବା, ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ରେଳ ଲାଇନ୍‌ଗୁଡ଼ିକୁ ପୂର୍ବତଟ ରେଳପଥରେ ଅନ୍ତର୍ଭୁକ୍ତ କରିବା, ରେଳ ରାଜସ୍ୱ, ନିଯୁକ୍ତି ଓ ଭିତିଭୂମି ଉନ୍ନତିରେ ଓଡ଼ିଶାକୁ ତାର ନ୍ୟାୟସଂଗତ ହକ୍‌ ଦେବା ଦାବିରେ ରାଜ୍ୟର ୧୧ଟି ବିରୋଧୀ ଦଳର କର୍ମକର୍ତା, ପ୍ରତିନିଧି ଓ ନେତା ଭୁବନେଶ୍ୱର ପୂର୍ବତଟ ରେଳପଥ ଜୋନ୍‌ ଅଫିସ( ରେଳ ସଦନ) ସମ୍ମୁଖରେ ଧାରଣା ଦେଇଛନ୍ତି।

ଏହି ଅବସରରେ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାଧାରଣ ମହାପ୍ରବନ୍ଧକଙ୍କ ଜରିଆରେ ୫ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରଯାଇଛି। ଏହି ଗଣଧାରଣାରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସିପିଆଇର ବରିଷ୍ଠ ନେତା ଡ ପ୍ରଶାନ୍ତ କୁମାର ମିଶ୍ର, ଜୟନ୍ତ ଦାସ, ଏନ୍‌ ନାରାୟଣ ରେଡ୍ଡୀ, ସୁର ଜେନା, ସିପିଆଇ(ଏମ) ର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଳି କିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ସିପିଆଇ(ଏମ୍‌ଏଲ)-ଲିବେରେସନ ନେତା ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡା, ଅଶୋକ କୁମାର ପ୍ରଧାନ, ଫରୱାର୍ଡ ବ୍ଲକ୍‌ ନେତା ଜ୍ୟୋତିରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଲକ୍ଷ୍ମୀ ଦୋରା,ଏନ୍‌ସିପି ନେତା ବିକ୍ରମ ସ୍ୱାଇଁ, ଆର୍‌ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରା, ଜେଏମ୍‌ଏମ୍‌ ନେତା କମଳ ଲୋଚନ ବାରିକ ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଅନନ୍ତ ସେଠୀ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଶିବାନନ୍ଦ ରାୟ, ପ୍ରକାଶ ଜେନା, ପ୍ରଫୁଲ୍ଲ ସାମଲ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ସିପ୍ରା ମଲ୍ଲିକ, ରଜନୀ କାନ୍ତ ମହାନ୍ତି, ଡଃ ମନୀଷ ଦାଶ ପଟ୍ଟନାୟକ, ପ୍ରଦୀପ୍ତ ନାୟକ, ସଂଘମିତ୍ରା ଜେନା ପ୍ରମୁଖ ନେତୃବୃନ୍ଦ ଗଣଧାରଣାରେ ଉଦ୍‌ବୋଧନ ଦେଇଥିଲେ।