ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ପାଣି ଟ୍ୟାପ୍‌, ନଚେତ୍‌

ଆମେ ସ୍ୱପ୍ନର ଘର ତିଆରି କଲାବେଳେ ବିଶେଷ କରି ବାସ୍ତୁ ଉପରେ …..

ଆମେ ସ୍ୱପ୍ନର ଘର ତିଆରି କଲାବେଳେ ବିଶେଷ କରି ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍‌ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବ, ସେ ନେଇ ବି ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। କୁହାଯାଏ, ରୋଷେଇ ଘରର ବାସ୍ତୁ ଠିକ୍‌ ନରହିଲେ ଘରେ ଅଶାନ୍ତି ଲାଗି ରହେ।

ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘରର କେଉଁ ଦିଗରେ ପାଣି ଟ୍ୟାପ ରହିବା ଆବଶ୍ୟକ।

୧ ରୋଷେଇ ଘରେ ପାଣି ଟ୍ୟାପ ଉତର କିମ୍ବା ଉତର-ପୂର୍ବ ଦିଗରେ ରହିବା ଉଚିତ। ଏହା ଦ୍ୱାରା ଶୁଭଫଳ ମିଳିଥାଏ। କେବେ ରୋଷେଇ ଘରେ ଦକ୍ଷିଣ ପଶ୍ଚିମ ଦିଗରେ ପାଣି ଟ୍ୟାପ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘରେ କଳି ଝଗଡା ଲାଗି ରହିବା ସହ ଅଭାବ ଅନାଟନ ଲାଗି ରହିଥାଏ।

୧ ରୋଷେଇ ଘରେ ପାଣି ଟ୍ୟାପ ଗ୍ୟାସ ଚୁଲ୍ଲା ନିକଟରେ ରଖିବା ଉଚିତ ନୁହେଁ। କାରଣ ନିଆଁ ଓ ପାଣି ଗୋଟିଏ ଦିଗରେ ରହିବା ଉଚିତ୍‌ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡା ଲାଗି ରହେ।

୧ ଶିଡି ପାଖରେ ବା ଶିଡି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।