ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଂଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଜନିତ ପରିସ୍ଥିତି ଯୋଗୁଁ ସାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ତେଣୁ, ଖରିଫ ୠତୁରେ ଯେପରି ଚାଷୀ ଉଚିତ୍ ମୂଲ୍ୟରେ ଆବଶ୍ୟକତା ଅନୁଯାୟୀ ସାର ପାଇବେ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ କୃଷି ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାରର ଉପଲବ୍ଧତା ସମ୍ପର୍କରେ ଉପସ୍ଥାପନା ରଖି କହିଥିଲେ ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ସାର ପାଇଁ ୧୧,୪୨,୯୫୦ ମେଟ୍ରିକ ଟନର ସାର ଯୋଗାଇଦେବେ। ଏପ୍ରିଲ ମାସ ପାଇଁ ୭୯,୬୩୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ, ଏପ୍ରିଲ ୧୫ ସୁଦ୍ଧା ୩,୬୧,୪୯୦ମେଟ୍ରିକ ଟନ୍ ସାର ଉପଲବ୍ଧ ଅଛି। ରାଜ୍ୟରେ ସାର ହୋଲସେଲର ବିକ୍ରେତାମାନଙ୍କ ସଂଖ୍ୟା ୧୦୨୯ ଥିବାବେଳେ ଖୁଚୁରା ବିକ୍ରେତାଙ୍କ ସଂଖ୍ୟା ୧୨,୦୯୩ ଅଛି। ବିଭିନ୍ନ ସାର ଯୋଗାଣ କମ୍ପାନୀଙ୍କ ପକ୍ଷରୁ ସାର ଯୋଗାଣ ମଧ୍ୟ ଠିକ୍ ରହିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଡିଲର ପଏଂଟ୍ ଯାଂଚ କରାଯାଇ ୬ଟି ଲାଇସେନ୍ସ ବାତିଲ୍ କରାଯାଇଛି। ବୈଠକରେ ସୂଚନା ଦିଆଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ଏକ ଇଂଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଂଟ୍ ସିଷ୍ଟମ (ଓୠଗଝ) ଆରମ୍ଭ କରାଯାଇଛି। ଏଥିରେ ପ୍ରତ୍ୟେକ ଜିଲ୍ଲାର ଦୈନିକ ସାର ଉପଲବ୍ଧତା ଓ ଆବଂଟନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି। ଜିଲ୍ଲାପାଳମାନଙ୍କ ସହିତ ସାର ଯୋଗାଣ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ବର୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଓ ୬୦ ହଜାର ମେଟ୍ରିକ ଟନରୁ ଅଧିକ ଊଇଚ ସାର ମହଜୁଦ ଅଛି। ତେବେ ପରିସଂଖ୍ୟାନରେ ସୀମିତ ନ ରହି ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଛୋଟ ଚାଷୀ ହେଉ ବା ନାମମାତ୍ର, ବର୍ତମାନ ସମୟରେ ପ୍ରତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁରୂପ ସାର ପାଇବ ତାହାକୁ ଜିଲ୍ଲାପାଳ ମାନେ ସୁନିଶ୍ଚିତ କରନ୍ତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୬ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
କଳାବଜାରୀ ଓ ସାର ମହଜୁଦକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମକୁ ସମୟ ସମୟରେ ଯାଂଚ କରାଯାଉ। ଜିଲ୍ଲାପାଳମାନେ ହଠାତ୍ ପରିଦର୍ଶନରେ ଯାଇ ଯାଂଚ କରନ୍ତୁ। ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ ୠଓଜ କରି ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉ ବୋଲି ସେ କହିଥିଲେ।
ସାର ଯୋଗାଣର ଏହି ପରିସ୍ଥିତି ସମୟରେ ଯେପରି ପଡୋଶୀ ରାଜ୍ୟକୁ ସାର ଚୋରାଚାଲଣ ନ ହୁଏ ସେଥିପାଇଁ ପୋଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତ ଅଞ୍ଚଳର ଚେକପୋଷ୍ଟ ଗୁଡ଼ିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ୠରକ୍ସଗ୍ଧସକ୍ଷସଗ୍ଦରକ୍ସ ଗକ୍ଟଙ୍ଖରଜ୍ଞରଦ୍ଭଗ୍ଧ ଉକ୍ଟଦ୍ଭଗ୍ଧକ୍ସକ୍ଟକ୍ଷ ଙକ୍ସୟରକ୍ସ ଅନୁଯାୟୀ ପ୍ରତ୍ୟେକ ସନ୍ଦେହ ଜନକ ଗାଡ଼ିର ଯାଂଚ ହେବା ଜରୁରୀ।
ବେଳେବେଳେ ଶିଳ୍ପ କ୍ଷେତ୍ରରେ ରେଜିନ୍, ପ୍ଲାଇଉଡ କିମ୍ବା ପଶୁ ଖାଦ୍ୟ ଶିଳ୍ପକୁ ଚାଷ ପାଇଁ ଉଦ୍ଦିଷ୍ଟ ସବସିଡ୍ଯୁକ୍ତ ୟୁରିଆ ଚୋରାଚାଲଣ ହେବାର ଆଶଙ୍କା ଥାଏ। ତେଣୁ, ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗୁଡ଼ିକ ଏହାର ଯାଂଚ୍ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
ପଂଚାୟତସ୍ତରରେ ସାରର ଉପଲବ୍ଧତା ଏବଂ ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରୀତ କରିବା ପାଇଁ ପ୍ରତ୍ୟେକ ପଂଚାୟତରେ ନିରୀକ୍ଷଣ ସମିତି (ନିଗ୍ରାନୀ ସମିତି) ଗଠନ କରାଯାଉଛି।
ସୂଚନାଯୋଗ୍ୟ ରାଜ୍ୟରେ ୬୭୯୪ଟି ଗ୍ରାମ ପଂଚାୟତ ଥିବାବେଳେ, ତନ୍ମଧ୍ୟରୁ ୬୨୨୯ଟି ପଂଚାୟତରେ ଏହା ଗଠନ କରାଯାଇଛି। ବାକି ୫୬୫ଟି ପଂଚାୟତରେ ବାକି ଅଛି। ଏହାକୁ ଦୁଇ-ତିନ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଚାଷୀମାନେ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଠିକ୍ ଭାବେ ପାଇପାରିବେ; ସେଥିପାଇଁ ଚାଷୀମାନଙ୍କର ଡିଜିଟାଲ ପଞ୍ଜୀକରଣ କରାଯାଉଛି। ବର୍ତମାନ ସୁଦ୍ଧା ୪୪ ଲକ୍ଷ ଚାଷୀଙ୍କ ମଧ୍ୟରୁ ୧୫ ଲକ୍ଷ ଚାଷୀଙ୍କର ଊସଶସଗ୍ଧବକ୍ଷ ୠବକ୍ସଜ୍ଞରକ୍ସ ଓଊ କରାଯାଇଛି। ଏହାକୁ ମିଶନ ମୋଡ଼ରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ସମସ୍ତ ପ୍ରକାର ସରକାରୀ ସୁବିଧା ଓ ସହାୟତା ଠିକ୍ ଭାବେ ପାଇବା ସହ ସାର ବଂଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆସିପାରିବ।
ଚାଷୀମାନଙ୍କୁ ୟୁରିଆ ପରି ଅଧିକ କେମିକାଲ ସାର ବ୍ୟବହାର ନ କରି ସନ୍ତୁଳିତ ସାର ପ୍ରୟୋଗ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜୈବିକ ସାର, ନାନୋ ୟୁରିଆ ପ୍ରଭୃତି ବିକଳ୍ପ ସାର ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ ଯେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମଝିରେ ମଝିରେ ସାର ସମ୍ପର୍କରେ ପରାମର୍ଶ (ଇୟଙ୍ଖସଗ୍ଦକ୍ଟକ୍ସଚ୍ଚ) ଦେଉଛନ୍ତି ।
କୃଷି ବିଭାଗ ଅଧିକାରୀମାନେ ଏହାକୁ ଅନୁସରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ଅଧିକାରୀମାନଙ୍କୁ ସାର ବଂଟନ ବ୍ୟବସ୍ଥା ସୁନିୟନ୍ତ୍ରୀତ କରିବା ପାଇଁ ପରାମର୍ଶ ଦେଇଥିଲେ।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ୍ ଏବଂ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।