ଲୁଚିଛପି ବିବାହ କଲେ ବଲିଉଡର ଏହି ଫେମସ୍‌ ଗାୟକ

ଜଗନ୍ନାଥଙ୍କ ଭଜନ ଗାଇ ଥିଲେ ଚର୍ଚ୍ଚାରେ

ପ୍ରସିଦ୍ଧ ଗାୟକ ଜୁବିନ୍‌ ନୌଟିୟାଲ୍‌ ଏବେ ବେଶ୍‌ ଚର୍ଚ୍ଚାରେ …

ପ୍ରସିଦ୍ଧ ଗାୟକ ଜୁବିନ୍‌ ନୌଟିୟାଲ୍‌ ଏବେ ବେଶ୍‌ ଚର୍ଚ୍ଚାରେ। ଏହି ବଲିଉଡ ଗାୟକ ଲୁଚିଛପି ବିବାହ କରିଛନ୍ତି। ଯାହା ତାଙ୍କ ଫ୍ୟାନ୍‌ସଙ୍କୁ ପୂରା ସରପ୍ରାଇଜ କରିଦେଇଛି।
ଜୁବିନ୍‌ ତାଙ୍କ ସ୍କୁଲ୍‌ ବାନ୍ଧବୀଙ୍କୁ ବିବାହ କରିଛନ୍ତି।

ବିବାହ ଅତ୍ୟନ୍ତ ଗୁପ୍ତ ଉତ୍ସବରେ ଅନୁଷ୍ଠିତ ହୋଇଛି, ଯେଉଁଥିରେ ତାଙ୍କ ଜନ୍ମସ୍ଥାନ ଉତରାଖଣ୍ଡରେ କେବଳ ନିକଟ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ।
ଜୁବିନ୍‌ ଏ ପର୍ଯ୍ୟନ୍ତ ଏହି ଖବର ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି, କିନ୍ତୁ ଖବରଟି ଦ୍ରୁତଗତିରେ ବ୍ୟାପିବା ଆରମ୍ଭ କରିଛି।
ଜୁବିନ୍‌ ନୌଟିୟାଲ୍‌ ଉତରାଖଣ୍ଡରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କ ସ୍କୁଲ୍‌ ସମୟରେ ତାଙ୍କ ପତ୍ନୀଙ୍କ ସହ ପ୍ରଥମେ ବନ୍ଧୁତା ହୋଇଥିଲା। ସମୟ ସହିତ, ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା।
ଦୁହେଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ଗୁପ୍ତ ରଖିଥିଲେ।

ସେ ଏବେ ତାଙ୍କ ସବୁଠାରୁ ଭଲ ବନ୍ଧୁଙ୍କୁ ବିବାହ କରିଛନ୍ତି। ବିବାହ ସରଳ ନିରାଡମ୍ବର ଭାବରେ କରାଯାଇଛି। ବିବାହ ଜୁବିନ୍‌ଙ୍କ ଜନ୍ମସ୍ଥାନ ଉତରାଖଣ୍ଡରେ ଗୁପ୍ତ ଭାବରେ ହୋଇଥିଲା। ପାହାଡିଆ ପରିବେଶରେ ସରଳ ରୀତିନୀତି କରାଯାଇଥିଲା। ପରିବାର ବହୁତ ଖୁସି ଥିଲେ।

ଜୁବିନ୍‌ ସବୁବେଳେ ତାଙ୍କ ପରିବାର ଏବଂ ପରିଜନଙ୍କ ସହିତ ବହୁତ ନିକଟତର। ଜୁବିନଙ୍କ ବାନ୍ଧବୀ, ସ୍କୁଲ୍‌ ବନ୍ଧୁ ହୋଇଥିବାରୁ, ଜୁବିନଙ୍କୁ ଭଲ ଭାବରେ ଜାଣିଥିଲେ।
ଜୁବିନଙ୍କ ପ୍ରଶଂସକମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଏବଂ ଖୁସି। ଲୋକମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।
ଏଠାରେ କହି ରଖୁଛୁ ଯେ, ୨ ବର୍ଷ ତଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରାଯାଇଥିଲା।

୧୭ ଜାନୁଆରୀ ୨୦୨୪ ଦିନ ସାରାବିଶ୍ୱ ଏହି ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମକୁ ଆନନ୍ଦର ସହିତ ଉପଭୋଗ କରିଥିଲା।
ଏହି ମେଗା ପ୍ରୋଜେକ୍ଟର ଉଦଘାଟନ କରିଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ପରିକ୍ରମା ପ୍ରକଳ୍ପକୁ ଆଧାର କରି ବଲିଉଡ ଗାୟକ ଜୁବିନ୍‌ ଗାଇଥିଲେ ଏକ ମର୍ମଭେଦୀ ଭଜନ।
ଭଜନଟି ଥିଲା ‘ତୁ ମେ ଚାହିଁଲ ବୋଲି ଚକାଆଖି।’ ଯାହାର କମ୍ପୋଜର ଥିଲେ ପ୍ରେମ ଆନନ୍ଦ। ଗୀତଟିକୁ ନିଜ ସୁନ୍ଦର ଶବ୍ଦରେ ସଜାଇଥିଲେ ବାପୁ ଗୋସ୍ୱାମୀ।