୧୬ ମଧ୍ୟରାତ୍ରରୁ ମହିଳା ସଂରକ୍ଷଣ ଆଇନ ଲାଗୁ
ମହିଳା ସଂରକ୍ଷଣ ଆଇନ ରୂପରେଖ
ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାର, ସମ୍ବିଧାନ (ଏକ ଶହ ଛଅତମ ସଂଶୋଧନ) ଆଇନ, ୨୦୨୩ର ଧାରା ୧ର ଉପ-ଧାରା (୨) ଦ୍ୱାରା ପ୍ରଦତ କ୍ଷମତା ବ୍ୟବହାର କରି, ଏପ୍ରିଲ ୧୬, ୨୦୨୬କୁ ଏହି ଆଇନର ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ତାରିଖ ଭାବରେ ଘୋଷଣା କରୁଛନ୍ତି। ଏହି ଆଇନ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛି। ୨୦୨୩ ଆଇନ ଅନୁଯାୟୀ ସଂରକ୍ଷଣ ୨୦୩୪ ପୂର୍ବରୁ କାର୍ଯ୍ୟକାରୀ ହୁଏ ନାହିଁ, କାରଣ ଏହା ୨୦୨୭ ଜନଗଣନା ପରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବା ସହିତ ଜଡିତ।
ନୂଆଦିଲ୍ଲୀ: ସରକାର ଗୁରୁବାରଠାରୁ ସାରାଦେଶରେ ୨୦୨୩ର ନାରୀଶକ୍ତି ଅଭିନନ୍ଦନ ଆଇନକୁ କାର୍ଯ୍ୟକାରୀ କରିଛନ୍ତି। ସଂସଦରେ ଏହା ଉପରେ ବିତର୍କ ଚାଲିଥିବା ସମୟରେ ସରକାର ଏହି ନିଷ୍ପତି ନେଇଛନ୍ତି। ଗୁରୁବାର ଦିନ ଲୋକସଭାରେ ଏହି ଆଇନ ସଂଶୋଧନ ପାଇଁ ବିଲ୍ ଆଗତ କରାଯାଇଥିଲା ଏବଂ ପ୍ରାୟ ୧.୨୦ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା। ଶୁକ୍ରବାର ଦିନ ତମାମ ଆଲୋଚନା ହେଲା ପରେ ଅପରାହ୍ନ ପ୍ରାୟ ୪ଟାରେ ଏହା ଉପରେ ଭୋଟିଂ କରାଗଲା। ୧୬ ଏପ୍ରିଲରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦ୍ୱାରା ଆଗତ ପ୍ରସ୍ତାବକୁ ଅଧିକ ବିଚାର କରି, ଲୋକସଭାରେ ପାସ ପାଇଁ ନିମ୍ନଲିଖିତ ବିଲ୍ ଆଗତ କରାଯାଇଛି।
ସଂସଦରେ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଜାରି ରହିଲା।
ଲୋକସଭାରେ ନାରୀ ଶକ୍ତି ବନ୍ଦନା ଆଇନ ଉପରେ ବିତର୍କ ଜାରି ରହିଥିବା ବେଳେ, କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ମହିଳା ସଂରକ୍ଷଣ ଆଇନ ୨୦୨୩କୁ ଗୁରୁବାର, ଏପ୍ରିଲ ୧୬ ତାରିଖରୁ କାର୍ଯ୍ୟକାରୀ କରିଛନ୍ତି।
କେନ୍ଦ୍ରୀୟ ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ତଥାପି, ମହିଳା ସଂରକ୍ଷଣ ଆଇନ ସଂଶୋଧନ ଏବଂ ୨୦୨୯ ରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ସଂସଦରେ ଚାଲିଥିବା ଆଲୋଚନା ମଧ୍ୟରେ କାହିଁକି ୨୦୨୩ ଆଇନକୁ ଏପ୍ରିଲ ୧୬ ତାରିଖରୁ କାର୍ଯ୍ୟକାରୀ କରାଯାଇଥିଲା ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ।
ବିଜେପି ନେତୃତ୍ୱାଧୀନ ମେଂଟ ସରକାର କେଉଁ ଗୋପନ ଉଦ୍ଦେଶ୍ୟ ରଖି ତରବରିଆ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାକୁ କେନ୍ଦ୍ର କରି ବୁଦ୍ଧିଜୀବୀ ମହଲ ଚିନ୍ତାପ୍ରକଟ କରିଛନ୍ତି।