ଅଷ୍ଟମ ବେତନକୁ ନେଇ ଆସିଲା ବଡ଼ ଅପଡେଟ୍‌

ମୂଳ ଦରମାରେ ହେବ ଏତିକି ବୃଦ୍ଧି; କର୍ମଚାରୀଙ୍କ ସହ …

ନୂଆଦିଲ୍ଲୀ: ମୂଳ ଦରମାରେ ହେବ ଏତିକି ବୃଦ୍ଧି; କର୍ମଚାରୀଙ୍କ ସହ ପେନସନଭୋଗୀଙ୍କୁ ମିଳିବ ଲାଭ। ଅଷ୍ଟମ ବେତନ କମିଶନ୍‌ ରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସରକାର ଆଉ ଏକ ଘୋଷଣା କରିବାକୁ ଯାଉଛନ୍ତି। ଅଷ୍ଟମ ବେତନକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
କାହିଁକି ନା , ଅଷ୍ଟମ ବେତନରେ କର୍ମଚାରୀମାନଙ୍କ ଦରମାରେ ଅହେତୁକ ବୃଦ୍ଧି ହେବ। ଦରମାରେ ବାର୍ଷିକ ବୃଦ୍ଧି ୩ରୁ ୬ ପ୍ରତିଶତ ହେବ ବୋଲି ଆଲୋଚନା କରାଯାଉଛି। ଯଦି କେନ୍ଦ୍ର ସରକାର ଏହି ପ୍ରସ୍ତାବ ଗ୍ରହଣ କରନ୍ତି। ତେବ, କର୍ମଚାରୀଙ୍କ ମୂଳ ଦରମା ଓ ହୋମ୍‌ ଟେକ୍‌ରେ ଯଥେଷ୍ଟ ବୃଦ୍ଧି ହେବ।
କେବଳ ସେତିକି ନୁହେଁ, ମହଙ୍ଗା ଭତା (ଊଇ), ଐଜଇ ଏବଂ ଅନ୍ୟାନ୍ୟ ଭତାରେ ମଧ୍ୟରେ ଅହେତୁକ ବୃଦ୍ଧି ହେବ। କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ ନେଇ ଏକ ବଡ଼ ଲକ୍ଷ ରହିଛନ୍ତି। ଏ ନେଇ ଜାତୀୟ ପରିଷଦର ଡ୍ରାଫ୍ଟିଂ କମିଟି ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି।

ଯେଉଁଥିରେ ଅନେକ ଦାବି ରଖାଯାଇଛି। ସବୁଠୁ ବଡ଼ ଦାବି ହେଉଛି ବାର୍ଷିକ ୬ ପ୍ରତିଶତ ଦରମା ବୃଦ୍ଧି ହେଲେ, ଏବେ କର୍ମଚାରୀମାନଙ୍କର ବାର୍ଷିକ ୩ ପ୍ରତିଶତ ଦରମା ବୃଦ୍ଧି ହେଉଛି। ହେଲେ, ବର୍ତମାନର ବର୍ଦ୍ଧିତ ମୁଦ୍ରାସ୍ପିତିକୁ ଦୃଷ୍ଟିରେ ରଖି ଏହି ଦାବି ସଂଗଠନ ସରକାରଙ୍କ ପାଖରେ କରିଛି। ଯଦି ଏହି ଦାବି ସରକାରଙ୍କ ଗ୍ରହଣ କରାଯାଏ। ତେବେ, କର୍ମଚାରୀଙ୍କ ମୂଳ ଦରମାରେ ଅହେତୁକ ବୃଦ୍ଧି ହେବ। ଯାହା ସିଧାସଳଖ ମୂଳ ଦରମା ଉପରେ ପ୍ରଭାବ ପଡି଼ବ।

ଉଦାହରଣ ସୂରୁପ, ଯଦି ଜଣକ ମୂଳ ଦରମା ୩୦,୦୦୦ ହୁଏ। ତେବେ,୩ ପ୍ରତିଶତ ବୃଦ୍ଦି ହେଲେ ସେମାନଙ୍କର ଦରମାରେ ୯୦୦ ଟଙ୍କା ବଢିବ।
ହେଲେ, ୬ ପ୍ରତିଶତ ବୃଦ୍ଧି ହେଲେ ମୂଳ ଦରମାରେ ୧,୮୦୦ ଟଙ୍କା ଅଧିକ ମିଳିବ।
ଏହା ବ୍ୟତିତ ମହଙ୍ଗା ଭତା, ଐଜଇ ଓ ଞଇରେ ମଧ୍ୟ ବୃଦ୍ଧି ହେବ। କେବଳ ସେତିକି ନୁହେଁ, ସର୍ବନିମ୍ନ ମୂଳ ଦରମା ୬୯,୦୦୦ କୁ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହା ସହ ଫିଟମେଂଟ୍‌ ଫ୍ୟାକ୍ଟରକୁ ୩.୮୩ , ଐଜଇ କୁ ୩୦ ରୁ ୪୦ ପ୍ରତିଶତ କରିବାକୁ କୁହାଯାଇଛି।

ଏଥିରେ ପେନସନଭୋଗୀମାନେ ମଧ୍ୟ ଲାଭବାନ୍‌ ହେବେ। ଅଷ୍ଟମ ବେତନ କମିଶନ ପ୍ରତି ୧୦ ବର୍ଷରେ ଏକ ବେତନ କମିଶନ୍‌ ଲାଗୁ ହୁଏ। ଯଦି ସରକାର ଏହିସବୁ ଦାବିମାନି ନିଅନ୍ତି। ତେବେ, କର୍ମଚାରୀମାନେ ଯଥେଷ୍ଟ ଲାଭବାନ୍‌ ହେବେ।