ବୃଷ: ଚନ୍ଦ୍ରଙ୍କ ଚଳନ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନେ କୌଣସି ଏ-କ ଭଲ କମ୍ପାନୀରୁ ଭଲ ଚାକିରି ଅଫର ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ।ଏହି ସମୟ ମଧ୍ୟରେ ନୂଆ ବ୍ୟବସାୟ ଆରମ୍ଭ ହେବ। ଯେଉଁମାନେ ନୂଆ ଘର ଓ ଗାଡି଼ କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ସେମାନଙ୍କ ଆର୍ଥିକ ସ୍ଥିତି ମଜଭୁତ୍ ହେବ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

କର୍କଟ: ଚନ୍ଦ୍ରଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବ୍ୟବସାୟରେ ଏକ ବଡ଼ ଡିଲ୍ ଫାଇନାଲ୍ ହେବ। କର୍ମ-କ୍ଷେତ୍ରରୁ ବଡ଼ ଦାୟିତ୍ୱ ମିଳିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନୂଆ ଚାକିରି ଅଫର ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ।
ପାରିବାରିକ ଜୀବନରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଯେଉଁଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବା ପାଇଁ ଆଶା ରଖିଛନ୍ତି। ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

କନ୍ୟା: ଚନ୍ଦ୍ରଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ଫିଟାଇବ। ବ୍ୟବସାୟରେ ବ୍ୟବସାୟୀମାନେ ନୂଆ ଯୋଜନା କାର୍ଯ୍ୟକାରୀ କରି ଅଧିକ ଟଙ୍କା ଲାଭ ପାଇବେ। କଳା, ସାହିତ୍ୟ, ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ଲୋକେ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ସାକାର ହେବ। ପ୍ରେମ ସମ୍ପର୍କ ଅଧିକ ମଜବୁତ ହେବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଶରୀର ସୁସ୍ଥ ରହିବ। ଲଟେରୀରୁ ଲାଭବାନ୍ ହେବେ।

ମକର: ଚନ୍ଦ୍ରଙ୍କ ଚଳନ ଏ-ହି ରାଶିଙ୍କ ଭାଗ୍ୟ ଫିଟାଇବ। ବ୍ୟବସାୟରେ ଲାଗି ରହୁଥିବା କ୍ଷତିରେ ସୁଧାର ଆସିବ। ପୌତୃକ ସମ୍ପତିରୁ ଲାଭ ପାଇବେ। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି।ଏହି ସମୟରେ, ଜଣେ ଏକ୍ସପର୍ଟଙ୍କ ମତ ନେଇ ବିନିଯୋଗ କଲେ ଅଧିକ ଲାଭ ପାଇବେ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ପିତାମାତା ଆରୋଗ୍ୟ ଲାଭ କରିବେ।
