କର୍କଟ ହେଲେ; ଜାଣନ୍ତୁ ଏସବୁ ପ୍ରାରମ୍ଭିକ ଲକ୍ଷଣ

ଦିନକୁ ଦିନ ସମଗ୍ର ବିଶ୍ୱରେ କ୍ୟାନସର ବା କର୍କଟ ରୋଗୀଙ୍କ ….

ଦିନକୁ ଦିନ ସମଗ୍ର ବିଶ୍ୱରେ କ୍ୟାନସର ବା କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଖରାପ ଜୀବନଶୈଳୀ, ଅତ୍ୟଧିକ ଚାପ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ କର୍କଟର ମୁଖ୍ୟ କାରଣ ପାଲଟିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କର୍କଟ ଯେତେ ଶୀଘ୍ର ଚିହ୍ନଟ ହେବ ଚିକିତ୍ସା ସେତେ ସମ୍ଭବ ହୋଇପାରିବ। ନଚେତ୍‌ ରୋଗୀଙ୍କୁ ବଂଚାଇବା କଷ୍ଟକର ହୋଇଯାଏ।

ତେଣୁ ପ୍ରତ୍ୟେକ ବ୍ୟକ୍ତି ରୋଗର ଲକ୍ଷଣ ଜାଣିବା ନିହାତି ଆବଶ୍ୟକ। ଲକ୍ଷଣ ଜାଣିବା ଦ୍ୱାରା ସଠିକ୍‌ ସମୟରେ ରୋଗ ଚିହ୍ନଟ ହୋଇପାରିବ। ତେବେ କର୍କଟ ହେଲେ କେଉଁ ସବୁ ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏ, ଜାଣନ୍ତୁ…

ଓଜନ ହ୍ରାସ- ଯଦି ଶାରୀରିକ ଓଜନ ହଠାତ୍‌ ହ୍ରାସ ପାଇଯାଉଛି, ତେବେ ଅଣଦେଖା କରନ୍ତୁ ନାହିଁ। ହଠାତ୍‌ ଓଜନ ହ୍ରାସ ବିପଜ୍ଜନକ ରୋଗର ଲକ୍ଷଣ ହୋଇପାରେ।

ଏହା ବ୍ୟତୀତ, ଭୋକ ନ ଲାଗିବା ମଧ୍ୟ କର୍କଟର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଗୋଟିଏ ହୋଇପାରେ। ତେଣୁ ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।
ନିଶ୍ୱାସ ନେବାରେ ସମସ୍ୟା- ଯଦି ନିଶ୍ୱାସ ନେବା ବେଳେ କଷ୍ଟ ଅନୁଭବ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହି ଲକ୍ଷଣ ଶରୀରରେ କିଛି ମାରାତ୍ମକ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।

ଜ୍ୱର ବା କାଶ ଲାଗିରହିବା- ବାରମ୍ବାର ଜ୍ୱର ହେବା କିମ୍ବା ଜ୍ୱର ହେଲେ ଆଦୌ ନ ଛାଡ଼ିବା କର୍କଟର ଅନ୍ୟ ଏକ ମୁଖ୍ୟ ଲକ୍ଷଣ।
ଲଗାତର କାଶ ହେବା ସହ ପାଟିରୁ ରକ୍ତସ୍ରାବ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ହାଡରେ ଯନ୍ତ୍ରଣା- ହାଡ କିମ୍ବା ମାଂସପେଶୀରେ ଯନ୍ତ୍ରଣା କର୍କଟର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।
ଏହା ବ୍ୟତୀତ, ଅତ୍ୟଧିକ କ୍ଲାନ୍ତ ଏବଂ ଦୁର୍ବଳ ଅନୁଭବ କରିବା ମଧ୍ୟ ବିପଦ ସଂକେତ ହୋଇପାରେ।
ଯଦି ଏ ସମସ୍ତ ଲକ୍ଷଣ ଏକା ସାଙ୍ଗରେ ଦେଖାଯାଉଛି, ତେବେ ଆଦୌ ହେୟ ଜ୍ଞାନ କରନ୍ତୁ ନାହିଁ।
ନିଶ୍ଚିତ ରୂପେ ପରୀକ୍ଷା କରାଇ ନିଅନ୍ତୁ।
ଭୁଲନ୍ତୁ ନାହିଁ, ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ।