ଷ୍ଟ୍ରୋକ୍ ଆଶଙ୍କା ଦୂର କରେ ଖଜୁରି
ଖଜୁରିରେ ଫାଇବର୍, କ୍ୟାଲ୍ସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ପ୍ରଚୁର ପରିମାଣରେ ….
ଖଜୁରିରେ ଫାଇବର୍, କ୍ୟାଲ୍ସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ ଓ ଉପାସ କରିଥିବା ସମୟରେ ଖାଇଥାଉ।
ତେବେ ଏହାକୁ ନିୟମିତ ଖାଇଲେ ତାହା ଆମର ହଜମ କ୍ରିୟାକୁ ଅଧିକ ସକ୍ରିୟ କରିଥାଏ। ଏହା ବ୍ୟତୀତ ସ୍ନାୟୁଗୁଡ଼ିକୁ ଶକ୍ତି ଯୋଗାଇବାରେ ମଧ୍ୟ ସହାୟକ ହୋଇଥାଏ। ଖଜୁରିର ଆଉ ଏକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ପେଟ ଭିତରେ ଏସିଟିଡି ପରିମାଣକୁ ଏହା ନିୟନ୍ତ୍ରଣ କରେ।

କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ ଏହାକୁ ନିୟମିତ ଖାଇଲେ କେତେକ ରୋଗର ଆଶଙ୍କାକୁ ଏହା ଦୂର କରିଥାଏ। ବିଶେଷ ଭାବରେ କ୍ୟାନସର, ହୃଦ୍ରୋଗ ଏପରିକି ଷ୍ଟ୍ରୋକ୍ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ।
ଗର୍ଭବତୀଙ୍କ ପାଇଁ ଖଜୁରି ଉପକାରୀ। ଏଥିରେ ଏଭଳି ତତ୍ୱ ରହିଛି ଯାହାଦ୍ୱାରା ହାଡକୁ ମଜଭୁତ କରିଥାଏ।