ବ୍ୟାଙ୍କରେ ଆକାଉଂଟ୍‌ ନ ଥିଲେ ମଧ୍ୟ ପାଇପାରିବେ ଲୋନ୍‌

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ ….

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ କେତେବେଳେ ବିବାହ ପାଇଁ, ଶିକ୍ଷା ପାଇଁ ଇତ୍ୟାଦି। ଏହା ବ୍ୟତୀତ ବ୍ୟାଙ୍କରୁ ଋଣ ନେଇ ଅନେକ ଆବଶ୍ୟକତା ପୂରଣ ହୁଏ। ସମସ୍ତଙ୍କର ବ୍ୟାଙ୍କ ଆକାଉଂଟ୍‌ ଅଛି। ତଥାପି ଅନେକ ଲୋକ ଯେଉଁମାନଙ୍କର ବ୍ୟାଙ୍କ ଆକାଉଂଟ୍‌ ନାହିଁ ସେମାନେ ସେମାନଙ୍କର ଆବଶ୍ୟକତା ପାଇଁ ଋଣ ନେବାକୁ ଚାହାନ୍ତି କିନ୍ତୁ ସେମାନେ ଋଣ ପାଇପାରିବେ ନାହିଁ ଭାବି ମନସ୍ତାପରେ ରୁହନ୍ତି।

ତେବେ ଆମେ ଆପଣଙ୍କୁ କହିବୁ ଯେ, ଆପଣଙ୍କ ବ୍ୟାଙ୍କ ଆକାଉଂଟ୍‌ ନ ଥାଇ ମଧ୍ୟ ଆପଣ ଋଣ ପାଇପାରିବେ। ତଥାପି ଏହା ଟିକେ କଷ୍ଟକର କାରଣ ସୀମିତ ବିକଳ୍ପ ଅଛି।ବ୍ୟାଙ୍କ ଆକାଉଂଟ୍‌ ବିନା, ଆପଣ ଏକ ଘଈୠଉ, କ୍ଷୁଦ୍ର ଆର୍ଥିକ ସଂସ୍ଥା, ଫିନ୍‌ଟେକ୍‌ ଆପ୍ସ, ସୁନା ଋଣ, କିମ୍ବା ସମ୍ପତିରୁ ଋଣ ନେଇପାରିବେ।
କିନ୍ତୁ ବଡ଼ ସଂଖ୍ୟାର ଋଣ ପାଇପାରିବେ ନାହିଁ। କେବଳ ଏକ ଛୋଟ ଋଣ ପାଇପାରିବେ।

ମାଇକ୍ରୋ ଫାଇନାନ୍ସ କମ୍ପାନୀ: ଏଗୁଡ଼ିକ ହେଉଛି କ୍ଷୁଦ୍ର ସଂସ୍ଥା। ଯେଉଁମାନେ ବ୍ୟାଙ୍କ ଆକାଉଂଟ୍‌ ବିନା ଋଣ ପ୍ରଦାନ କରନ୍ତି। ଆପଣ ଆପଣଙ୍କର ଆଧାର କାର୍ଡ ଏବଂ ଆୟ ପ୍ରମାଣପତ୍ର ଆଧାରରେ ଏହି ଋଣ ପାଇପାରିବେ।ସୁନା ଋଣ: ଆପଣ ଏକ ବ୍ୟାଙ୍କରେ ସୁନା ବନ୍ଧକ ରଖି ବ୍ୟାଙ୍କ ଆକାଉଂଟ୍‌ ବିନା ଋଣ ପାଇପାରିବେ। ଏହି ଋଣଗୁଡ଼ିକ ଆପଣଙ୍କର ସୁନାର ଓଜନ ଉପରେ ଆଧାରିତ। ତଥାପି ମନେରଖନ୍ତୁ ଆପଣ ୧୦୦% ସୁନା ଋଣ ପାଇବେ ନାହିଁ; ବରଂ ଆପଣ ପରିମାଣର ୭୫ରୁ ୮୦% ପାଇବେ।

ପେଡ୍‌ ଲୋନ୍‌: ଏହି ଋଣଗୁଡ଼ିକ ହେଉଛି ସ୍ୱଳ୍ପକାଳୀନ ଋଣ, ସପ୍ତାହରେ କିମ୍ବା ଆପଣଙ୍କ ଦରମା ଉପରେ ଆଧାରିତ। ତଥାପି ଏହି ଋଣ ବାବଦ ସୁଧ ହାର ସାଧାରଣ ଋଣ ଅପେକ୍ଷା ଅଧିକ ହୋଇପାରେ।

ଡିଜିଟାଲ ୱାଲେଟ: କିଛି ଫିନଟେକ୍‌ ଆପ୍‌ ଡିଜିଟାଲ ୱାଲେଟ୍‌ ମାଧ୍ୟମରେ ଛୋଟ ଋଣ ପ୍ରଦାନ କରନ୍ତି, ଯାହାକୁ ଆପଣ ସିଧାସଳଖ ବ୍ୟାଙ୍କ ଆକାଉଂଟ୍‌ ବିନା ବ୍ୟବହାର କରିପାରିବେ। ଏଗୁଡ଼ିକର ସୁଧ ହାର ମଧ୍ୟ ଅଧିକ ହୋଇପାରେ। ଏହି ଋଣ ନେବା ସମୟରେ କିଛି ଅସୁବିଧା ହୋଇପାରେ। ଉଦାହରଣ ସ୍ୱରୂପ, ସୁଧ ହାର କିମ୍ବା ଅନ୍ୟାନ୍ୟ ଶୁଳ୍କ ଅଧିକ ହୋଇପାରେ। ଏହା ସହିତ ଆପଣ ଏକ ଋଣ ପାଇପାରନ୍ତି ଯାହା ଆପଣଙ୍କ ଆବଶ୍ୟକତାଠାରୁ କମ୍‌। ଆପଣଙ୍କୁ ଆପଣଙ୍କର ଡକ୍ୟୁମେଂଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ରଖିବାକୁ ପଡ଼ିବ ଏବଂ ଆପଣଙ୍କର କଣଉ ପୂରଣ କରିବାକୁ ପଡ଼ିବ। ଟଙ୍କାକୁ ନଗଦ ବଦଳରେ ଡିଜିଟାଲ ୱାଲେଟ୍‌କୁ ମଧ୍ୟ ଟ୍ରାନ୍ସଫର କରାଯାଇପାରିବ।

କ’ଣ ରହିଛି ନିୟମ: ଏହି ଋଣ ପାଇବା ପାଇଁ କିଛି ନିୟମ ପାଳନ କରିବାକୁ ପଡ଼ିବ, ଯେପରିକି ଆବଶ୍ୟକୀୟ ଯୋଗ୍ୟତା। ଋଣ ପାଇବା ପାଇଁ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଆୟର ପ୍ରମାଣପତ୍ର ଆବଶ୍ୟକ, ଯେଉଁଥିରେ ଏକ ବ୍ୟାଙ୍କ ଷ୍ଟେଟ୍‌ମେଂଟ୍‌ କିମ୍ବା ଦରମା ସ୍ଲିପ ଅନ୍ତର୍ଭୁକ୍ତ। ଯଦି ଆପଣ ଆପଣଙ୍କର ଆୟକର ରିଟର୍ଣ୍ଣ (ଓଞଜ) ଫାଇଲ କରନ୍ତି ତେବେ ଏହା ଲାଭଦାୟକ ହେବ।

ଋଣ ପାଇବା ପାଇଁ ଆପଣଙ୍କର ଏକ ଭଲ କ୍ରେଡିଟ୍‌ ସ୍କୋର ରହିବା ଆବଶ୍ୟକ। ଏକ ଭଲ ଉଓଈଓଖ ରିପୋର୍ଟ ଆପଣଙ୍କୁ ଅଧିକ ସହଜରେ ଏବଂ କମ ସୁଧ ହାରରେ ଋଣ ପାଇବାରେ ସାହାଯ୍ୟ କରିବ। ଆପଣ ଏକ ବ୍ୟାଙ୍କ, ଏକ ପ୍ରତିଷ୍ଠାନ କିମ୍ବା ଏକ ଆପ୍‌ରୁ ଋଣ ନେଉଛନ୍ତି କି ନାହିଁ ଜଈଓ ନିୟମ ଅନୁଯାୟୀ ଆପଣଙ୍କର କିଛି ଅଧିକାର ଅଛି।