‘ଥିଙ୍କ୍‌ ଇଣ୍ଡିଆ, ଥିଙ୍କ୍‌ ଓଡିଶା’ ଟାଗଲାଇନ୍‌ ଉନ୍ମୋଚିତ

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଧବାର ଏକ ନୂତନ …

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଧବାର ଏକ ନୂତନ ବ୍ରାଣ୍ଡ୍‌ ପରିଚୟ ଏବଂ ଟ୍ୟାଗଲାଇନ୍‌ “ଞଷସଦ୍ଭଳ ଓଦ୍ଭୟସବ, ଞଷସଦ୍ଭଳ ଙୟସଗ୍ଦଷବ’ ଉନ୍‌ମୋଚିତ ହୋଇଯାଇଛି। ରାଜ୍ୟର ପର୍ଯ୍ୟଟନକୁ ଏକ ଅନୁଭୂତି-ଭିତିକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବରେ ଗଢ଼ି ତୋଳିବା ପାଇଁ ଏହା ଏକ ଦୃଢ଼ ପଦକ୍ଷେପ। ଭିଜନ ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ଭିଜନ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସହିତ ସମାନ୍ତରାଳ ଭାବେ ଓଡ଼ିଶା ଏବେ ଏକ “ଲୁକ୍କାୟିତ ରତ୍ନ’ରୁ ପରିବର୍ତିତ ହୋଇ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ପର୍ଯ୍ୟଟନ ହବ୍‌ ଭାବେ ଉଭା ହୋଇଛି।
ଏହି ଅବସରରେ ପୁରୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ “ଙଗଉ ପୁରୀ କୋଷ୍ଟାଲ ମାରାଥନ’ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ବଲୱନ୍ତ ସିଂହ ଉପସ୍ଥିତ ଥିଲେ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏବେ ଏକ ଉଚ୍ଚ ପ୍ରଦର୍ଶନକାରୀ ପର୍ଯ୍ୟଟନ ଅର୍ଥନୀତି ଆଡ଼କୁ ଗତି କରୁଛି। ନୂଆ ଟ୍ୟାଗ୍‌ଲାଇନ୍‌ ବିଶ୍ୱବାସୀଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ମାଧ୍ୟମରେ ଭାରତକୁ ପୁନଃ ଆବିଷ୍କାର କରିବାକୁ ନିମନ୍ତ୍ରଣ କରିବ।

ଲୋଗୋ ଉନ୍‌ମୋଚନ ପୂର୍ବରୁ ବ୍ଲୁ-ଫ୍ଲାଗ ବିଚ୍‌ରୁ ତାଜ୍‌ ରିସୋର୍ଟ ପର୍ଯ୍ୟନ୍ତ ଏକ ସାଙ୍କେତିକ ଦୌଡ଼ର ଆୟୋଜନ କରାଯାଇଥିଲା। ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ମାରାଥନର ଅଫିସିଆଲ୍‌ ଲୋଗୋ ପ୍ରଦର୍ଶିତ ହୋଇଥିଲା। ଆଜିଠାରୁ ମାରାଥନ ପାଇଁ ଅଫିସିଆଲ୍‌ ୱେବସାଇଟ୍‌ ଜରିଆରେ ପଞ୍ଜିକରଣ ଆରମ୍ଭ ହୋଇଛି। ଙଗଉ ପୁରୀ କୋଷ୍ଟାଲ ମାରାଥନ ୨୦୨୬ ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ମୋଟ ନଗଦ ପୁରସ୍କାର ରାଶି ୧ କୋଟି ଟଙ୍କା ରହିଛି। ଫୁଲ୍‌ ମାରାଥନ (୪୨ କିମି), ହାଫ୍‌ ମାରାଥନ (୨୧ କିମି), ୧୦ କିମି ଏବଂ ୫ କିମି ବିଭାଗରେ ମାରାଥନ ହେବ।
ପୁରୀର ସୁନ୍ଦର ସମୁଦ୍ର କୂଳରେ ଅନୁଷ୍ଠିତ ହେବାକୁ ଥିବା ଏହି ମାରାଥନ ଦେଶର ଅନ୍ୟତମ ବଡ଼ କ୍ରୀଡ଼ା ଆୟୋଜନ ଭାବେ ଗଣାଯିବ। ଏହାର ଲୋଗୋରେ ଓଡ଼ିଶାର ପତିତପାବନ ବାନା, କୋଣାର୍କ ଚକ୍ର ଏବଂ ବଙ୍ଗୋପସାଗରର ଲହଡ଼ିକୁ ସ୍ଥାନ ଦିଆଯାଇଛି, ଯାହା ଗତିଶୀଳତା ଏବଂ ଶକ୍ତିର ପ୍ରତୀକ।