ଭିଜିଲାନ୍ସ କବ୍‌ଜାରେ ସେକ୍ସନ୍‌ ଅଫିସର ଅନିତ ଗୁରୁ

ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ….

ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେକ୍ସନ ଅଫିସର ଅନିତ ଗୁରୁ। ୨,୫୦୦ ଟଙ୍କା ଲାଂଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏଘଗ (ଏରଦ୍ଭରକ୍ସବକ୍ଷ ଘଙ୍କକ୍ସଗ୍ଦସଦ୍ଭଶ ଗସୟଙ୍ଗସଲରକ୍ସଚ୍ଚ) ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଚଐଉ ଏବଂ ଉଐଉ ସ୍ତରରେ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ଅନୁମତି ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଥିଲା। ଏହି କାର୍ଯ୍ୟ ପାଇଁ ଅନିତ ଜଣେ ନର୍ସିଂ ସ୍କୁଲ ଶିକ୍ଷକଙ୍କୁ ଦୀର୍ଘ ଦିନ ଧରି ହଇରାଣ କରିବା ସହ ୨,୫୦୦ ଟଙ୍କା ଲାଂଚ ଦାବି କରି ଆସୁଥିଲେ।
ପୂର୍ବରୁ ମଧ୍ୟ ଜିଲ୍ଲାର ଅନ୍ୟ ନର୍ସିଂ ସ୍କୁଲଗୁଡ଼ିକୁ ସମାନ ଢଙ୍ଗରେ ହଇରାଣ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଲାଂଚ ଦାବିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ପୂର୍ବ ଯୋଜନା ଅନୁଯାୟୀ ବୁଧବାର ଅପରାହ୍ନରେ ଅଫିସର ଲାଂଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡ଼ି ବସିଥିଲା।
ଭିଜିଲାନ୍ସ ପକ୍ଷରୁ ଅନିତଙ୍କ ସହ ଜଡ଼ିତ ଦୁଇଟି ପୃଥକ ସ୍ଥାନରେ ଆୟ ବହିର୍ଭୂତ ସମ୍ପତି ଠୁଳ ସନ୍ଦେହରେ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍‌ ନଂ ୦୨, ତା-୨୨.୦୪.୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।