ଅସ୍ତରଙ୍ଗରେ ଲଜ୍ଜା : ନାବାଳିକାକୁ ଅସଦାଚରଣ ଅଭିଯୋଗ ପ୍ରକାଶ ବେହେରା ଓରଫ ‘ହାପି ସାର୍’ ଫେରାର ଅସ୍ତରଙ୍ଗ ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣ କରାଯାଇଥିବା …. By Nagesh On Apr 29, 2026 0 ପୁରୀ :- ଅସ୍ତରଙ୍ଗ ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣ କରାଯାଇଥିବା ନେଇ ଏକ ସଂଙ୍ଗୀନ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରକାଶ ବେହେରା ଓରଫ ‘ହାପି ସାର୍’ଙ୍କ ବିରୋଧରେ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ (POCSO) ଆକ୍ଟ ସମେତ ବିଭିନ୍ନ ସଙ୍ଗୀନ ସାଂଘାତିକ ଅପରାଧିକ ମାମଲା ରୁଜୁ କରାଯାଇଛି। ଏ ନେଇ ନିଜ ନାମ ଗୋପନ ରଖି ଅଧିକାରୀ ଜଣକ ସୂଚନା ପ୍ରଦାନ ଦେଇଛନ୍ତି। ସୂଚନା ଅନୁସାରେ ଗତ କିଛି ଦିନ ତଳେ ଏକ ନିର୍ଦ୍ଦିଷ୍ଟ ୱେବ୍ ଚ୍ୟାନେଲର ତଥାକଥିତ ସାମ୍ବାଦିକ,ସାର ଭାବେ ପରିଚିତ ପ୍ରକାଶ ବେହେରାଙ୍କ ଗାଡ଼ିକୁ ନଗର ଗ୍ରାମର କିଛି ବ୍ୟକ୍ତି ଛଡ଼ାଇ ନେଇଥିବା ନେଇ ଅସ୍ତରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ୪ ଜଣଙ୍କ ନାମରେ ମାମଲା ନଂ-୮୮/୨୦୨୬ ମୋକଦ୍ଦମା ରୁଜୁ କରିଥିଲା। ମାତ୍ର ଏହି ଘଟଣା ପଛର ପ୍ରକୃତ ରହସ୍ୟ ନାବାଳିକାଙ୍କ ବୟାନରୁ ସ୍ପଷ୍ଟ ହେବାରେ ଲାଗିଛି। ଶିକ୍ଷା ଓ ସାମ୍ବାଦିକତା ନାମରେ କଳଙ୍କିତ ଅଧ୍ୟାୟ ଅସ୍ତରଙ୍ଗ ପାଇଁ ଲଜ୍ୟା ସୃଷ୍ଟି କରିଛି।ନାବାଳିକା ଜଣକ କରିଥିବା ଅଭିଯୋଗ କୁ ଆଇନ ମୁତାବକ ଗୋପନୀୟତା ରଖାଯାଇଥିବା ବେଳେ ଶିକ୍ଷାଦାନ ଓ ସାମ୍ବାଦିକତାର ପରିଚୟ ଦେଇ ପ୍ରକାଶ ବେହେରା ଏଭଳି କଳଙ୍କିତ କାର୍ଯ୍ୟ କରିବା ପାଇଁ ସାହାସ କରିଛି ବୋଲି ଅସ୍ତରଙ୍ଗ ରେ ଟୁପୁରୁ ଟାପୁର ହେଉଛନ୍ତି।ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ଶିକ୍ଷକ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଏଭଳି ଅଭିଯୋଗ ଆସିବା ସମଗ୍ର ସମାଜ ପାଇଁ ଏକ କଳଙ୍କିତ। ଅଭିଯୋଗ ପରେ ଅଭିଯୁକ୍ତ ପ୍ରକାଶ ବେହେରା ଫେରାର ଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ଘଟଣାର ଅଧିକ ତଦନ୍ତ କରୁଛି। ଜଣେ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ଆହୁରି ପଢ଼ନ୍ତୁ... ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି… Jun 13, 2026 ଅନ୍ତର୍ଜାତୀୟ ରଜ ଉସ୍ତବ ପାଳନ… Jun 13, 2026 ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା… Jun 13, 2026 ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା… Jun 13, 2026 Continue Reading #Shaksi News#shaksinewsodia newsodisha newsstatenews 0 Share