ପେଟର ଚର୍ବି କେବଳ ସୌନ୍ଦର୍ଯ୍ୟ ହ୍ରାସ କରି ନଥାଏ, ବରଂ ଅନେକ ରୋଗକୁ ମଧ୍ୟ ନିମନ୍ତ୍ରଣ ଦେଇଥାଏ। ଅଧିକାଂଶ ମହିଳା ଏହାକୁ କମ୍ କରିବା ପାଇଁ ପ୍ରାକୃତିକ ଓ ସହଜ ଉପାୟ ଖୋଜି ବସନ୍ତି।
ତାକୁ ଦୃଷ୍ଟିରେ ରଖି ନ୍ୟୁଟ୍ରିନିଷ୍ଟ କହନ୍ତି, ପେଟର ଚର୍ବି କମ୍ କରିବା ଓ ହଜମ ପ୍ରକ୍ରିୟାକୁ ସୁଧାରିବା ପାଇଁ ବାସିଲ୍ ସିଡ୍ସ ବ୍ୟବହାର କରାଯାଇପାରେ।
ବାସିଲ୍ ସିଡ୍ସକୁ ‘ନଣ୍ଡାବାଗୁଲି’କୁ ମଧ୍ୟ କୁହାଯାଏ।
ଏହା ପ୍ରାକୃତିକ ଉପାୟରେ ଶରୀରକୁ ସୁସ୍ଥ ରଖିବା ସହ ଚର୍ବିକୁ କମ୍ କରିଥାଏ।
ପେଟ ଚର୍ବିକୁ କମ୍ କରିବା ପାଇଁ ସାମଗ୍ରୀ: ଏକ ଚାମଚ ବା ୫ ଗ୍ରାମ୍ର ବାସିଲ୍ ସିଡ୍ସ, ଏକ ଗ୍ଲାସ୍ ପାଣି, ଏକ ଚାମଚ ଲେମ୍ବୁ ରସ, ଅଧା ଚାମଚ ମହୁ (ବାଧ୍ୟତାମୂଳକ ନୁହେଁ)।
ପ୍ରଣାଳୀ: ବାସିଲ୍ ସିଡ୍ସକୁ ୧୦ରୁ ୧୫ ମିନିଟ୍ ଯାଏ ପାଣିରେ ଭିଜାନ୍ତୁ। ଏହା ଫୁଲିଯିବା ପରେ ଏଥିରେ ଲେମ୍ବୁ ରସ, ମହୁ ପକାନ୍ତୁ। ଏହାକୁ ଭଲ ଭାବେ ମିଶାଇ ତୁରନ୍ତ ପିଅନ୍ତୁ।
ଏହାକୁ ଅଧିକ ସମୟ ଯାଇ ରଖନ୍ତୁ ନାହିଁ। ଦିନକୁ ୧-୨ ଚାମଚରୁ ଅଧିକ ବାସିଲ୍ ସିଡ୍ସ ମଞ୍ଜି ଖାଆନ୍ତୁନି।
ପିଇବାର ସମୟ: ପେଟର ଚର୍ବି କମ୍ କରିବାକୁ ଚାହାନ୍ତି, ସକାଳେ ଖାଲି ପେଟରେ ଏହି ମିଶ୍ରଣକୁ ପିଅନ୍ତୁ। ଯଦି ଅତ୍ୟଧିକ ଖାଦ୍ୟରୁ ବଂଚିବାକୁ ଚାହାନ୍ତି, ତେବେ ଖାଇବାର ଅଧା ଘଂଟା ଆଗରୁ ନିଅନ୍ତୁ।
ଚର୍ବି କେମିତି କମିବ?
୧. ହାଇ ଫାଇବର: ବାସିଲ୍ ସିଡ୍ସ ଫୁଲିବା ପରେ ଏହା ପେଟକୁ ଭରା ଭରା ରଖିଥାଏ।
୨. ଧୀମା ହଜମ ପ୍ରକ୍ରିୟା: ଶୀଘ୍ର ଭୋକ ନ ଲାଗିବା ସହ ଭୋକ କମ୍ ହୋଇଥାଏ।
୩. ଶର୍କରାକୁ ନିୟନ୍ତ୍ରିତ କରେ: ଏହାକୁ ପିଇବା ଦ୍ୱାରା ରକ୍ତରେ ଶର୍କରା ଅଚାନକ ବଢି ନଥାଏ। ଶରୀରରେ ଚର୍ବି ଷ୍ଟୋର ହୋଇ ରହେନା।
୪. ଥଣ୍ଡାର ପ୍ରଭାବ: ଶରୀରରେ ଗରମ ଓ ପ୍ରଦାହ କମ୍ ରହିଥାଏ।
୫. ମେଟାବଲିଜିମ୍ ବଢେ: କ୍ୟାଲୋରୀ ଇନ୍ଟାକ୍ କମ୍ ହେବା ସହ ମେଟାବଲିଜିମ୍ ବଢିଥାଏ।
ପାନୀୟର ଫାଇଦା: ପେଟର ଚର୍ବି କମାଏ। ଭୋକ ଓ ଇମୋସନାଲ୍ ଇଟିଂକୁ ନିୟନ୍ତ୍ରିତ କରେ। ପାଚନ ତନ୍ତ୍ରକୁ ଠିକ୍ ରଖିବା ସହ ଶରୀରକୁ ଜଳ ଶୁଷ୍କତାଠାରୁ ଦୂରେଇ ରଖେ। ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। କୌଣସି ବ୍ୟକ୍ତିର ରକ୍ତଚାପ କମ୍ ରହୁଥାଏ କିମ୍ବା ହଜମ ପ୍ରକ୍ରିୟାରେ ସମସ୍ୟା ରହୁଥାଏ। ଡାକ୍ତରଙ୍କ ପରାମର୍ଶ ପରେ ଏହାକୁ ପିଇବା ଆବଶ୍ୟକ।