ନୂଆଦିଲ୍ଲୀ: ମୃତ ଭଉଣୀଙ୍କ ସଂଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରାଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତମାନ ସବୁଠି ଆଲୋଚନାର ବିଷୟ। ଏବେ ଫିଜିକ୍ସ ୱାଲା ଏବଂ ବିଶ୍ୱବିଦ୍ୟାଳୟର ସିଇଓ ଅଳଖ ପାଣ୍ଡେ ଜିତୁ ମୁଣ୍ଡାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଜିତୁଙ୍କୁ ଅନଲାଇନରେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦୁଇ ପୂର୍ବତନ କଂଗ୍ରେସ ପିସିସି ସଭାପତି ମଧ୍ୟ ବ୍ୟାଙ୍କ ପରିଦର୍ଶନ କରି ଜିତୁ ମୁଣ୍ଡାଙ୍କୁ ୨୪,୦୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଜିତୁ ମୁଣ୍ଡା ମୃତ ଭଉଣୀର ଜମାଟଙ୍କା ପାଇଁ ବ୍ୟାଙ୍କ ଦ୍ୱାରା ଅପମାନିତ ହୋଇଥିଲେ।
Prev Post
Next Post