ପୁରୀ ଦର୍ଶନରୁ ଫେରିବା ବେଳେ ଦୁର୍ଘଟଣା

କାର୍ ଚୁରମାର୍ ,୪ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର

ମଥୁରା ଠାରୁ ଉସ୍ତାପଡାର ଅନ୍ଧାର ରାସ୍ତା ପାଲଟିଛି ଦୁର୍ଘଟଣାର ….

ପୋଲସରା :ମଥୁରା ଠାରୁ ଉସ୍ତାପଡାର ଅନ୍ଧାର ରାସ୍ତା ପାଲଟିଛି ଦୁର୍ଘଟଣାର ହସସ୍ପର୍ଟ । ଦିନକୁ ଦିନ ପ୍ରତି ବର୍ଷ ଏହି ରାସ୍ତା ଉପରେ ଜିଅନ୍ତା ମଣିଷ ପାଲଟି ଯାଉଛନ୍ତି ଶବ  । ଯାହା ଏହି ଗୋଟିଏ ସପ୍ତାହ ତଳେ ପୁରୀ ରୁ ଫେରୁଥିବା ବେଳେ ମଥୁରା ରାସ୍ତାରେ ଗୋଟିଏ ବୁଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇ ୯ ଜଣ ଆହତ ହୋଇଥିଲେ ।  ବର୍ତ୍ତମାନ ଫୁଣି ଗତକାଲି ଗୋଟାଏ ବିଳମ୍ବିତ ରାତିରେ ନିଜ ପରିବାର ସହ ପୁରୀରୁ ନିଜ ଗାଁ ବୁଗୁଡା କୁ ଆସୁଥିବା ଏକ ପରିବାର  ପୋଲସରା ଥାନା ଉସ୍ତାପଡା ଛକ ଠାରେ ଭାରସାମ୍ୟ ହରାଇ ଏକ ନାଲି  ଏର୍ଟିକା କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଯେଉଁଠି ଦୁର୍ଘଟଣା ସମୟରେ  କାର୍ ବସିଥିବା ବୁଗୁଡା ଅଞ୍ଚଳର ଡ଼କ୍ଟର ମାନସ ରଞ୍ଜନ ରାଉତ (୩୫),ସୁନୀତା ରାଉତ (୫୫),  ସୌଦାମିନୀ ତରାଇ (୫୦) ଓ ସୁମନ ନାୟକ (୨୬) ସମସ୍ତ ପରିବାର ସଦସ୍ୟ ଗୁରୁତର ଆହତ ଅବସ୍ଥାରେ କାର୍ ମଧ୍ୟରେ ଫସି ରହିଥିଲେ । ଖବର ପାଇ  ପୋଲସରା ଅଗ୍ନିଶମ ବିଭାଗର କର୍ମଚାରୀ ଗୁରୁତର ୪ ଜଣ ଆହାତ ଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ପ୍ରାର୍ଥମିକ ଚିକିତ୍ସା କରାଯାଇଥିଲେ ।

ଯେଉଁଠି ଦୁର୍ଘଟଣାରେ ଦୁଇ ମହିଳା ଓ   ପୁରୁଷଙ୍କ  ହାତ , ମୁଣ୍ଡ , ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ସାଙ୍ଗକୁ ଗାଡ଼ିର କାଚର କିଛି ଅଂଶ  ସୁମନଙ୍କ ମୁହ ଏବଂ ମୁଣ୍ଡରେ କ୍ଷତ ସୃଷ୍ଟି କରିଥିଲା । ଯାହା ଦୁର୍ଘଟଣା ଘଟିଥିବା ଏର୍ଟିକା ଗାଡ଼ିର ରୁପରଙ୍ଗ  ଦେଖିଲେ ଏମିତି ଲାଗୁଛି ଗାଡ଼ି ଗାଡ଼ିରେ ବସିଥିବା ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଥିବ । ହେଲେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଫେରୁଥିବା ବ୍ୟକ୍ତି ବିଶେଷଙ୍କ ସେପରି କୌଣସି ମୃତହାତ ହୋଇନଥିବା ଘଟଣାର ଚକ୍ରକୁ ସଂପୂର୍ଣ୍ଣ ଆଚମ୍ବିତ କରି ଦେଇଥିଲା ସ୍ଥାନୀୟ ଲୋକଙ୍କୁ  । ଯାହା  ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ  ଅପାର କରୁଣାରୁ ଅଳ୍ପକେ ଏହି ପରିବାର ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିବା  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହା ଘଟଣାର ପରେ ପରେ ପୋଲସରା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଗୁରୁତର ଥିବା ୪ ଜଣଙ୍କୁ ପୋଲସରା ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି  କରାଇଥିଲେ। ପରେ ଉପସ୍ଥିତ ଡାକ୍ତର ଗୁରୁତର ଜାଣି ୧୦୮ ଆମ୍ବୁଲାନ୍ସ ଦ୍ବାରା ସମସ୍ତ ଚାରିଜଣ ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଥିଲେ । ଅନ୍ୟ ପଟେ ଘଟଣା ସ୍ଥଳରେ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ପୋଲସରା ଥାନାକୁ ଆଣି ଦୁର୍ଘଟଣାର ପ୍ରମୁଖ ଦିଗ ଗୁଡ଼ିକୁ ଯାଞ୍ଚ କରୁ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କୌଶିକ୍ ମାଝୀ ସୂଚନା ପ୍ରଦାନ କରିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ