ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଂଚାୟତ ର କୋଡଖମନ ଗ୍ରାମ ରେ ପ୍ଲାଣ୍ଟ ପାଇଁ ନବମ ଗ୍ରାମ ସଭା ଆଜି ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ଦୁଇ ହଜାର ରୁ ଅଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ସୁନାର କେନ୍ଦୁଝର ହେବା ସଙ୍ଗେ ସଙ୍ଗେ ଦାଦନ ସମସ୍ୟା ରୁ ମୁକ୍ତି ମିଳିବ ବୋଲି ମତ ରଖିଥିଲେ |ଏହା ସହିତ ବିସ୍ଥାପିତ ଗ୍ରାମ ର ପିଲାମାନ ଙ୍କର ଚାକିରୀ,ଶିକ୍ଷା ବ୍ୟବସ୍ଥା, ପାନୀୟଜଳ,ମେଡିକାଲ ର ସୁବ୍ୟବସ୍ଥା ଏବଂ ସରକାର ଙ୍କର ନିୟମାନୁଯାୟୀ ଜମି ର ଉଚିତ ମୂଲ୍ୟ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ |

ଗ୍ରାମ ସଭା ଶାନ୍ତି ଶୃଙ୍ଖଳା ନିମନ୍ତେ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ,ଉମା ଶଙ୍କର ଦଳେଇ,ପାଟଣା ତାହସିଲଦାର ଶ୍ରୀ ଅଶ୍ୱନୀ କୁମାର ନାଏକ,ପାଟଣା BDO ମାନସ କୁମାର ଦଣ୍ଡପାଟ,କେନ୍ଦୁଝର ପୋଲିସ ସହିତ ପାଟଣା ଥାନାଧିକାରୀ ଶ୍ରୀ କିରଣ କୁମାର ସାହୁ, ତୁରୁମୁଙ୍ଗା ଥାନାଧିକାରୀ ଦୀପ୍ତି ରଞ୍ଜନ ସାହୁ, ସରପଞ୍ଚ ଶଶିଭୂଷଣ ନାଏକ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳା ର ସହିତ ଗ୍ରାମ ସଭା ସମ୍ପର୍ଣ୍ଣ ହୋଇଥିଲା |