ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ …

ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରଜର ଦୁଇ ଦିନ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିଛି ମୌସୁମୀ ବାୟୁ। କେରଳମ୍ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଛି ମୌସୁମୀ ବାୟୁ।ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟର ଉତ୍ତର ଭାଗକୁ ଅଗ୍ରସର ହେଉଛି ମୌସୁମୀ ବାୟୁ। ପାରାଦୀପ ଓ ବାରିପଦା ମଧ୍ୟ ଦେଇ ଗତି କରୁଛି ମୌସୁମୀ ବାୟୁ।

ଜୁନ୍ ୪ ତାରିଖରେ କେରଳମ୍ ଛୁଇଁ ଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ପହଞ୍ଚିଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ପ୍ରଥମେ ଆକଳନ କରାଯାଇଥିଲା। କିନ୍ତୁ ପରେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୪ ତାରିଖରେ କେରଳମ୍‌ ଛୁଇଁବ। ଆଉ ଆଇଏମ୍‌ଡିର ସେହି ଆକଳନ ଅନୁସାରେ ମୌସୁମୀ ବାୟୁ ଜୁନ୍‌ ୪ (ଆଜି) କେରଳମ୍ ଛୁଇଁଥିଲା ।