ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ କଂଗ୍ରେସର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସାଂଗଠନିକ ପ୍ରସ୍ତୁତି ବୈଠକ

ମା ବାଙ୍କେଶ୍ବରୀ ପିଠରେ ବୁଗୁଡ଼ା ବ୍ଲକ କଂଗ୍ରେସ …

ବୁଗୁଡ଼ା: ମା ବାଙ୍କେଶ୍ବରୀ ପିଠରେ ବୁଗୁଡ଼ା ବ୍ଲକ କଂଗ୍ରେସ ତରଫରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ସଭାପତି ଜାନକୀବଲ୍ଲଭ ରାଉତଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ କଂଗ୍ରେସ କମିଟିର ସଦସ୍ୟ ଓ ନଗର କଂଗ୍ରେସର ସଦସ୍ୟ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଆଗାମୀ ପଞ୍ଚାୟତ ନିର୍ବାଚନରେ ବ୍ଲକର ସମସ୍ତ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦିଆ ଯିବ ବୋଲି ନିସ୍ଵତି ନିଆ ଯାଇଥିଲା l ବୁଥ ସ୍ତରରେ କର୍ମୀ ମାନଙ୍କୁ ସଂଗଠିତ କରୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯକ୍ରମରେ ସାମିଲ କରାଇ ନିଜର ଅଧିକାର ପାଇଁ ଅଙ୍ଗୀକାର ହେବେ ସେଥି ପାଇଁ ବିଭିନ୍ନ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା l ଉକ୍ତ କାର୍ଯକ୍ରମ ରେ ଅଧିବକ୍ତା ସୁଜିତ୍ କୁମାର ସ୍ୱାଇଁ, ସୁବ୍ରତ କୁମାର ପଟ୍ଟନାୟକ, ସୀମାଞ୍ଚଳ ଖଟେଇ ଯୋଗଦାନ କରିଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ